Uncategorized

ଆକାଶରେ ଉଡିବାର କ୍ଷମତା ରଖିଥିବା ରହସ୍ୟମୟ ଯୁବକ

ଭୁବନେଶ୍ୱର/ସୁର୍ଜିତ ଧଳ: ବଡ ସ୍ୱପ୍ନ ଭିନ୍ନ ଜୀବନର ମାନେ କିଛ ନୁହେଁ… କଠିନ ପରିଶ୍ରମ … ବଡ ସ୍ୱପ୍ନ… ଏହା ମୋ ଜୀବନର ମନ୍ତ୍ର । ଫେସବୁକରେ ଏପରି ଏକ ପ୍ରେରଣଦାୟୀ କୋଟ ଦେଖି ପ୍ରଭାବିତ ହୋଇଥିଲି । ଆକାଉଣ୍ଟରୁ ଜାଣିଲି ଏହା ପ୍ରଭାତ ଜେନା ନାମକ ଜଣେ ଯୁବକଙ୍କ କୋଟ । ଏକ ନାଲି ରେଞ୍ଜ ରୋଭରରେ ବସିଛନ୍ତି ଯୁବକ । ପ୍ରୋଫାଇଲକୁ ଭିଜିଟ କଲି । ଅନ୍ୟ ଏକ ପୋଷ୍ଟ ଆହୁରି ପ୍ରଭାବିତ କଲା । ପୋଷ୍ଟରେ ଏକ ହେଲିକପ୍ଟରର ଫଟୋ ଉପରେ ଲେଖାଥିଲା, ୨୦୨୧ର ସ୍ୱପ୍ନ… ଆଶା ଶୀଘ୍ର ପୂରଣ ହେବାକୁ ଯାଉଛି । ଭାବିଲି ହୁଏତ କୌଣସି ଧନୀ ବ୍ୟକ୍ତିଙ୍କ ସୁପୁତ୍ର ହୋଇଥିବେ । ତେବେ ରାଜ୍ୟର ଏମିତି କେଉଁ ବ୍ୟକ୍ତିଙ୍କ ପୁଅ ଇଏ କି ହେଲିକପ୍ଟର କିଣିବାକୁ ଯାଉଛନ୍ତି, ଏହା ଜାଣିବାକୁ ମନ ଭିତରେ ଜାଗିଥିବା ପ୍ରବଳ ଇଛାକୁ ଅବଦମିତ କରିବା ସମ୍ଭବ ନ ଥିଲା । କିଏ ଏହି ସୌମ୍ୟକାନ୍ତ ଯୁବକ? ତାଙ୍କ ଘର କେଉଁଠି? କାହାର ଦାୟାଦ? କଣ ତାଙ୍କ କାମ? ଏମିତି ଅନେକ ପ୍ରଶ୍ନ ମନକୁ ଆସୁଥିଲା । ଜିଜ୍ଞାସାର ସୁଅକୁ ସାମାନ୍ୟ ପ୍ରସମିତ କରିବାକୁ ଯାଇ ନିଜ ସର୍କଲରେ ପଚରାଉଚରା ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଲା ତାହା ଆଶ୍ଚର୍ଯ୍ୟ ଚକିତ କରିଦେଲା । ନିଜ ବନ୍ଧୁଗହଣରୁ ଯାହା ସୂଚନା ମିଳିଲା ସେଥିରେ ମୁଣ୍ଡ ଚକର ଖାଇଗଲା ।

  ପ୍ରଭାତ ଜେନାଙ୍କ ଘର ବାଲେଶ୍ୱର । ପ୍ରାୟ ୯ ବର୍ଷ ତଳେ କୌଣସି କାରଣରୁ ରାଜ୍ୟ ରାଜଧାନୀ ଭୁବନେଶ୍ୱରକୁ ଆସିଥିଲେ । ସାଙ୍ଗରେ ସ୍ୱଳ୍ପବୟସ୍କା ପତ୍ନୀ । ଉଭୟ ପତି ପତ୍ନୀ ଏକ ଟେଲିକମ କମ୍ପାନୀରେ କାର୍ଯ୍ୟକରି ୯ରୁ ୧୦ ହଜାର ଟଙ୍କା ରୋଜଗାର କରୁଥିଲେ ଓ ଗୋଟିଏ ବଖରା ଭଡା ଘରେ ଜୀବନ କାଟୁଥିଲେ । କିଛି ବର୍ଷ ପରେ କିନ୍ତୁ ପ୍ରଭାତ ଚାକିରି ଛାଡିଦେଇ ଠିକାଦାର କାମ କଲେ । ତେବେ ମାତ୍ର ୯ ହଜାର ପାଉଥିବା ବ୍ୟକ୍ତି କେଉଁଠୁ ଏତେ ଟଙ୍କା ପାଇଲେ କି ଠିକାଦାରୀ ଆରମ୍ଭ କରି ଦେଲେ ବୁଝା ପଡିନଥିଲା । କିନ୍ତୁ ବର୍ତ୍ତମାନ ସେ ଭୂମି ଉପରେ ପାଦ ଦେଉ ନାହାନ୍ତି । ରେଞ୍ଜ ରେଭର, ମରସୁବିସି, ବିଏମଡବ୍ଲୁ ପରି ନାମୀ ଦାମୀ କମ୍ପାନୀର ଗାଡିର ସେ ମାଲିକ । ଖୁବ ଶୀଘ୍ର ହେଲିକପ୍ଟର କିଣିବେ

ତେବେ ପ୍ରଭାତ ଏମିତି କଣ କଲେ କି କୋଟି କୋଟି ଟଙ୍କାର ମାଲିକ ହୋଇଯାଇଛନ୍ତି ବର୍ଷ କେଇଟାରେ? ରାଜ୍ୟରେ ଏମିତି କେତେ ଜଣ ଅଛନ୍ତି ଯିଏ ହେଲିକପ୍ଟର କିଣିବାକୁ ସ୍ୱପ୍ନ ଦେଖୁଛନ୍ତି ଓ ଏହି ସ୍ୱପ୍ନ ପୂରଣ କରିବାକୁ କ୍ଷମତା ରଖିଛନ୍ତି? ଅଥଚ ଏପରି ଧନୀକଙ୍କ ସମ୍ପର୍କରେ ଆମ ସାମ୍ବାଦିକଙ୍କ ପାଖରେ ମଧ୍ୟ ଖବର ନାହିଁ । ଆହୁରି ଅଧିକ ଖୋଳତାଡ କରି ଜାଣିବାକୁ ପାଇଲି, ଟୋପି ପିନ୍ଧାଇବାରେ ମାହିର ପ୍ରଭାତ । ଠିକାଦାରୀ କରିବା ସମୟରେ ସ୍ୱଳ୍ପ କାଳ ପାଇଁ ପୂର୍ବତନ ସାଂସଦ ରବି ଜେନାଙ୍କ ସମ୍ପର୍କରେ ସେ ଆସିଥିଲେ । ତେବେ କଣ ରବି ପ୍ରଭାତଙ୍କୁ ଆର୍ଥିକ ସହଯୋଗ କରିଛନ୍ତି? କିନ୍ତୁ ରବି ଜେନାଙ୍କ ନିକଟତର ଲୋକଙ୍କଠୁ ଜାଣିବାକୁ ପାଇଲୁ ପ୍ରଭାତଙ୍କ ନାମ ଶୁଣିଲେ ରବିଙ୍କ ବିପି ବଢି ଯାଉଛି । ରବି ପ୍ରଦୀପଙ୍କୁ ଜାରଜ ସନ୍ତାନ ବୋଲି ମଧ୍ୟ ଗାଳି କରୁଛନ୍ତି । ତେବେ ରବିଙ୍କ ସଂସ୍ପର୍ଷରେ ଆସିବା ଓ ତାଙ୍କ ନାମରେ ରବିଙ୍କ ବିପି ବଢିବା… । ହୁଏତ ଉଭୟଙ୍କ ଭିତରେ ବହୁତ କିଛି ଅଛି କି କିଛି ବି ନାହିଁ ତାହା ରହସ୍ୟରେ । ପ୍ରଦୀପଙ୍କୁ ଜାଣିଥିବା କିଛି ଲୋକେ କୁହନ୍ତି ସେ ଜଣେ ଠିକାଦାର । କିଛି କୁହନ୍ତି ତାଙ୍କର ବିଦେଶରେ ବ୍ୟବସାୟ ରହିଛି ।

ସେ ଜଣେ ଠିକାଦାର ଏହା ଗ୍ରହଣ କରିବା ସମ୍ଭବ ନୁହେଁ । କାରଣ ରାଜ୍ୟର ଯେଉଁ କେତେଜଣ କ୍ଲାସ ୱାନ ଠିକାଦାର ଅଛନ୍ତି, ସେମାନଙ୍କ ମଧ୍ୟରେ ତ ପ୍ରଭାତଙ୍କ ନାମ ନାହିଁ । ଆଉ ରାଜ୍ୟରେ ଏମିତି କେହି ଠିକାଦାର ମଧ୍ୟ ନାହାନ୍ତି ଯିଏ ହେଲିକପ୍ଟର କିଣିବାକୁ ସାହସ ରଖୁଛନ୍ତ. ତାହା ପୁଣି ସୋସିଆଲ ମିଡିଆରେ ସେୟାର କରୁଛନ୍ତି ? ଅନେକ ଠିକାଦାର ହଜାର ହଜାର କୋଟିର ମାଲିକ ଥାଇ ପାରନ୍ତି, କିନ୍ତୁ ଟ୍ୟାକ୍ସ ଭୟରେ କେହି ନିଜ ପୂରା ତଥ୍ୟ ଦିଅନ୍ତି ନାହିଁ । ହେଲିକପ୍ଟର କିଣିବା ସ୍ୱପ୍ନ ଜଣେ ଠିକାଦାର ଭାବେ କସ୍ମିନ କାଳେ ସମ୍ଭବ ତ ନୁହେଁ । ଅର୍ଥାତ ବାସ୍ତବରେ ସେ ଠିକାଦାର ନୁହଁନ୍ତି । ପ୍ରଭାତଙ୍କ ଆଉ କିଛି ସାଥୀ କୁହନ୍ତି, ତାଙ୍କର ବିଦେଶରେ ବ୍ୟବସାୟ ରହିଛି । ସାଉଦି ଆରବ ସହ ତାଙ୍କ ଲିଙ୍କ ରହିଛି । ପ୍ରଭାତ ନିୟମିତ ସାଉଦି ଆରବ ଯାଇଥାନ୍ତି । ଦୁବାଇ ଗସ୍ତକାଳର ବିଭିନ୍ନ ଭିଡିଓ ଓ ଫଟୋ ମଧ୍ୟ ସେ ନିୟମିତ ଫେସବୁକରେ ସେୟାର କରନ୍ତି । ତେବେ ପ୍ରଭାତ ଦୁବାଇରେ ଏମିତି କଣ କରନ୍ତି କି ମାତ୍ର ହାତ ଗଣତି କିଛି ବର୍ଷରେ ହେଲିକପ୍ଟର କିଣିବାର କ୍ଷମତା ହାସଲ କରିଛନ୍ତି । ଗୋଟିଏ ହେଲିକପ୍ଟରର ଦାମ ଅତି କମରେ ୫୦ କୋଟିରୁ ଅଧିକ ହୋଇଥାଏ ।

ସାଉଦୀ ଆରବ ବା ଦୁବାଇରେ ଓଡିଶାରୁ ଅନେକ କାମ କରନ୍ତି । କିନ୍ତୁ କେହି ପ୍ରଭାତଙ୍କ ପରି ରାତାରାତି କୋଟିପତି କେହି ହୋଇ ନାହାନ୍ତି । ଏହି ସ୍ୱଳ୍ପ କାଳ ମଧ୍ୟରେ ଏତେ ଟଙ୍କା ରୋଜଗାର କରିବା ଘଟଣାରୁ ଲାଗୁଛି ଦାଲ ମେଁ କୁଛ କାଲା ହୈ । ତେବେ ତାହା କଣ? ସାଉଦୀ ଆରବ ସହ ସୁନା ଚୋରା ଚାଲାଣ, ଅଣ୍ଡରୱାଲର୍ଡ ଡନ ଦାଉଦ ଲିଙ୍କ, ବେରୋଜଗାର ଓଡିଆ ଯୁବକ, ଯୁବତୀ ଚାଲାଣାର ଘନିଷ୍ଠତା ରହିଛି । ଆଉ ଏହି ସବୁ ବାଟରେ ହିଁ ଜଣେ ଅଳ୍ପ ସମୟରେ ମାଟିରୁ ଆକାଶକୁ ଛୁଇଁବା ସମ୍ଭବ । ତେଣୁ ତାଙ୍କ ସମ୍ପର୍କରେ  ରାଜ୍ୟ ସରକାରଙ୍କ ନିକଟରେ କୌଣସି ତଥ୍ୟ ଅଛି କି ନାହିଁ? ତାଙ୍କ ସମ୍ପର୍କରେ ଇନକମ ଟ୍ୟାକ୍ସ ଓ ପୁଲିସ ବିଭାଗ ନିକଟରେ ସୂଚନା ଅଛି କି ନାହିଁ? ପ୍ରଭାତଙ୍କ ସମ୍ପର୍କରେ ଜାଣିବା ପରେ ଏମିତି ଅନେକ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଛି।

Related posts

ଆଉ ୪୭ ପିଏଫଆଇ ସଦସ୍ୟ ଗିରଫ

mahabharatanews

ନକ୍ସଲଙ୍କ ଆକ୍ରମଣରେ ସହକାରୀ କନେଷ୍ଟବଳ ନିହତ

mahabharatanews

ଫଡନବିସଙ୍କୁ ସୁପ୍ରିମକୋର୍ଟର ଝଟକା

mahabharatanews