Uncategorized

ଆକାଶରେ ଉଡିବାର କ୍ଷମତା ରଖିଥିବା ରହସ୍ୟମୟ ଯୁବକ

ଭୁବନେଶ୍ୱର/ସୁର୍ଜିତ ଧଳ: ବଡ ସ୍ୱପ୍ନ ଭିନ୍ନ ଜୀବନର ମାନେ କିଛ ନୁହେଁ… କଠିନ ପରିଶ୍ରମ … ବଡ ସ୍ୱପ୍ନ… ଏହା ମୋ ଜୀବନର ମନ୍ତ୍ର । ଫେସବୁକରେ ଏପରି ଏକ ପ୍ରେରଣଦାୟୀ କୋଟ ଦେଖି ପ୍ରଭାବିତ ହୋଇଥିଲି । ଆକାଉଣ୍ଟରୁ ଜାଣିଲି ଏହା ପ୍ରଭାତ ଜେନା ନାମକ ଜଣେ ଯୁବକଙ୍କ କୋଟ । ଏକ ନାଲି ରେଞ୍ଜ ରୋଭରରେ ବସିଛନ୍ତି ଯୁବକ । ପ୍ରୋଫାଇଲକୁ ଭିଜିଟ କଲି । ଅନ୍ୟ ଏକ ପୋଷ୍ଟ ଆହୁରି ପ୍ରଭାବିତ କଲା । ପୋଷ୍ଟରେ ଏକ ହେଲିକପ୍ଟରର ଫଟୋ ଉପରେ ଲେଖାଥିଲା, ୨୦୨୧ର ସ୍ୱପ୍ନ… ଆଶା ଶୀଘ୍ର ପୂରଣ ହେବାକୁ ଯାଉଛି । ଭାବିଲି ହୁଏତ କୌଣସି ଧନୀ ବ୍ୟକ୍ତିଙ୍କ ସୁପୁତ୍ର ହୋଇଥିବେ । ତେବେ ରାଜ୍ୟର ଏମିତି କେଉଁ ବ୍ୟକ୍ତିଙ୍କ ପୁଅ ଇଏ କି ହେଲିକପ୍ଟର କିଣିବାକୁ ଯାଉଛନ୍ତି, ଏହା ଜାଣିବାକୁ ମନ ଭିତରେ ଜାଗିଥିବା ପ୍ରବଳ ଇଛାକୁ ଅବଦମିତ କରିବା ସମ୍ଭବ ନ ଥିଲା । କିଏ ଏହି ସୌମ୍ୟକାନ୍ତ ଯୁବକ? ତାଙ୍କ ଘର କେଉଁଠି? କାହାର ଦାୟାଦ? କଣ ତାଙ୍କ କାମ? ଏମିତି ଅନେକ ପ୍ରଶ୍ନ ମନକୁ ଆସୁଥିଲା । ଜିଜ୍ଞାସାର ସୁଅକୁ ସାମାନ୍ୟ ପ୍ରସମିତ କରିବାକୁ ଯାଇ ନିଜ ସର୍କଲରେ ପଚରାଉଚରା ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଲା ତାହା ଆଶ୍ଚର୍ଯ୍ୟ ଚକିତ କରିଦେଲା । ନିଜ ବନ୍ଧୁଗହଣରୁ ଯାହା ସୂଚନା ମିଳିଲା ସେଥିରେ ମୁଣ୍ଡ ଚକର ଖାଇଗଲା ।

  ପ୍ରଭାତ ଜେନାଙ୍କ ଘର ବାଲେଶ୍ୱର । ପ୍ରାୟ ୯ ବର୍ଷ ତଳେ କୌଣସି କାରଣରୁ ରାଜ୍ୟ ରାଜଧାନୀ ଭୁବନେଶ୍ୱରକୁ ଆସିଥିଲେ । ସାଙ୍ଗରେ ସ୍ୱଳ୍ପବୟସ୍କା ପତ୍ନୀ । ଉଭୟ ପତି ପତ୍ନୀ ଏକ ଟେଲିକମ କମ୍ପାନୀରେ କାର୍ଯ୍ୟକରି ୯ରୁ ୧୦ ହଜାର ଟଙ୍କା ରୋଜଗାର କରୁଥିଲେ ଓ ଗୋଟିଏ ବଖରା ଭଡା ଘରେ ଜୀବନ କାଟୁଥିଲେ । କିଛି ବର୍ଷ ପରେ କିନ୍ତୁ ପ୍ରଭାତ ଚାକିରି ଛାଡିଦେଇ ଠିକାଦାର କାମ କଲେ । ତେବେ ମାତ୍ର ୯ ହଜାର ପାଉଥିବା ବ୍ୟକ୍ତି କେଉଁଠୁ ଏତେ ଟଙ୍କା ପାଇଲେ କି ଠିକାଦାରୀ ଆରମ୍ଭ କରି ଦେଲେ ବୁଝା ପଡିନଥିଲା । କିନ୍ତୁ ବର୍ତ୍ତମାନ ସେ ଭୂମି ଉପରେ ପାଦ ଦେଉ ନାହାନ୍ତି । ରେଞ୍ଜ ରେଭର, ମରସୁବିସି, ବିଏମଡବ୍ଲୁ ପରି ନାମୀ ଦାମୀ କମ୍ପାନୀର ଗାଡିର ସେ ମାଲିକ । ଖୁବ ଶୀଘ୍ର ହେଲିକପ୍ଟର କିଣିବେ

ତେବେ ପ୍ରଭାତ ଏମିତି କଣ କଲେ କି କୋଟି କୋଟି ଟଙ୍କାର ମାଲିକ ହୋଇଯାଇଛନ୍ତି ବର୍ଷ କେଇଟାରେ? ରାଜ୍ୟରେ ଏମିତି କେତେ ଜଣ ଅଛନ୍ତି ଯିଏ ହେଲିକପ୍ଟର କିଣିବାକୁ ସ୍ୱପ୍ନ ଦେଖୁଛନ୍ତି ଓ ଏହି ସ୍ୱପ୍ନ ପୂରଣ କରିବାକୁ କ୍ଷମତା ରଖିଛନ୍ତି? ଅଥଚ ଏପରି ଧନୀକଙ୍କ ସମ୍ପର୍କରେ ଆମ ସାମ୍ବାଦିକଙ୍କ ପାଖରେ ମଧ୍ୟ ଖବର ନାହିଁ । ଆହୁରି ଅଧିକ ଖୋଳତାଡ କରି ଜାଣିବାକୁ ପାଇଲି, ଟୋପି ପିନ୍ଧାଇବାରେ ମାହିର ପ୍ରଭାତ । ଠିକାଦାରୀ କରିବା ସମୟରେ ସ୍ୱଳ୍ପ କାଳ ପାଇଁ ପୂର୍ବତନ ସାଂସଦ ରବି ଜେନାଙ୍କ ସମ୍ପର୍କରେ ସେ ଆସିଥିଲେ । ତେବେ କଣ ରବି ପ୍ରଭାତଙ୍କୁ ଆର୍ଥିକ ସହଯୋଗ କରିଛନ୍ତି? କିନ୍ତୁ ରବି ଜେନାଙ୍କ ନିକଟତର ଲୋକଙ୍କଠୁ ଜାଣିବାକୁ ପାଇଲୁ ପ୍ରଭାତଙ୍କ ନାମ ଶୁଣିଲେ ରବିଙ୍କ ବିପି ବଢି ଯାଉଛି । ରବି ପ୍ରଦୀପଙ୍କୁ ଜାରଜ ସନ୍ତାନ ବୋଲି ମଧ୍ୟ ଗାଳି କରୁଛନ୍ତି । ତେବେ ରବିଙ୍କ ସଂସ୍ପର୍ଷରେ ଆସିବା ଓ ତାଙ୍କ ନାମରେ ରବିଙ୍କ ବିପି ବଢିବା… । ହୁଏତ ଉଭୟଙ୍କ ଭିତରେ ବହୁତ କିଛି ଅଛି କି କିଛି ବି ନାହିଁ ତାହା ରହସ୍ୟରେ । ପ୍ରଦୀପଙ୍କୁ ଜାଣିଥିବା କିଛି ଲୋକେ କୁହନ୍ତି ସେ ଜଣେ ଠିକାଦାର । କିଛି କୁହନ୍ତି ତାଙ୍କର ବିଦେଶରେ ବ୍ୟବସାୟ ରହିଛି ।

ସେ ଜଣେ ଠିକାଦାର ଏହା ଗ୍ରହଣ କରିବା ସମ୍ଭବ ନୁହେଁ । କାରଣ ରାଜ୍ୟର ଯେଉଁ କେତେଜଣ କ୍ଲାସ ୱାନ ଠିକାଦାର ଅଛନ୍ତି, ସେମାନଙ୍କ ମଧ୍ୟରେ ତ ପ୍ରଭାତଙ୍କ ନାମ ନାହିଁ । ଆଉ ରାଜ୍ୟରେ ଏମିତି କେହି ଠିକାଦାର ମଧ୍ୟ ନାହାନ୍ତି ଯିଏ ହେଲିକପ୍ଟର କିଣିବାକୁ ସାହସ ରଖୁଛନ୍ତ. ତାହା ପୁଣି ସୋସିଆଲ ମିଡିଆରେ ସେୟାର କରୁଛନ୍ତି ? ଅନେକ ଠିକାଦାର ହଜାର ହଜାର କୋଟିର ମାଲିକ ଥାଇ ପାରନ୍ତି, କିନ୍ତୁ ଟ୍ୟାକ୍ସ ଭୟରେ କେହି ନିଜ ପୂରା ତଥ୍ୟ ଦିଅନ୍ତି ନାହିଁ । ହେଲିକପ୍ଟର କିଣିବା ସ୍ୱପ୍ନ ଜଣେ ଠିକାଦାର ଭାବେ କସ୍ମିନ କାଳେ ସମ୍ଭବ ତ ନୁହେଁ । ଅର୍ଥାତ ବାସ୍ତବରେ ସେ ଠିକାଦାର ନୁହଁନ୍ତି । ପ୍ରଭାତଙ୍କ ଆଉ କିଛି ସାଥୀ କୁହନ୍ତି, ତାଙ୍କର ବିଦେଶରେ ବ୍ୟବସାୟ ରହିଛି । ସାଉଦି ଆରବ ସହ ତାଙ୍କ ଲିଙ୍କ ରହିଛି । ପ୍ରଭାତ ନିୟମିତ ସାଉଦି ଆରବ ଯାଇଥାନ୍ତି । ଦୁବାଇ ଗସ୍ତକାଳର ବିଭିନ୍ନ ଭିଡିଓ ଓ ଫଟୋ ମଧ୍ୟ ସେ ନିୟମିତ ଫେସବୁକରେ ସେୟାର କରନ୍ତି । ତେବେ ପ୍ରଭାତ ଦୁବାଇରେ ଏମିତି କଣ କରନ୍ତି କି ମାତ୍ର ହାତ ଗଣତି କିଛି ବର୍ଷରେ ହେଲିକପ୍ଟର କିଣିବାର କ୍ଷମତା ହାସଲ କରିଛନ୍ତି । ଗୋଟିଏ ହେଲିକପ୍ଟରର ଦାମ ଅତି କମରେ ୫୦ କୋଟିରୁ ଅଧିକ ହୋଇଥାଏ ।

ସାଉଦୀ ଆରବ ବା ଦୁବାଇରେ ଓଡିଶାରୁ ଅନେକ କାମ କରନ୍ତି । କିନ୍ତୁ କେହି ପ୍ରଭାତଙ୍କ ପରି ରାତାରାତି କୋଟିପତି କେହି ହୋଇ ନାହାନ୍ତି । ଏହି ସ୍ୱଳ୍ପ କାଳ ମଧ୍ୟରେ ଏତେ ଟଙ୍କା ରୋଜଗାର କରିବା ଘଟଣାରୁ ଲାଗୁଛି ଦାଲ ମେଁ କୁଛ କାଲା ହୈ । ତେବେ ତାହା କଣ? ସାଉଦୀ ଆରବ ସହ ସୁନା ଚୋରା ଚାଲାଣ, ଅଣ୍ଡରୱାଲର୍ଡ ଡନ ଦାଉଦ ଲିଙ୍କ, ବେରୋଜଗାର ଓଡିଆ ଯୁବକ, ଯୁବତୀ ଚାଲାଣାର ଘନିଷ୍ଠତା ରହିଛି । ଆଉ ଏହି ସବୁ ବାଟରେ ହିଁ ଜଣେ ଅଳ୍ପ ସମୟରେ ମାଟିରୁ ଆକାଶକୁ ଛୁଇଁବା ସମ୍ଭବ । ତେଣୁ ତାଙ୍କ ସମ୍ପର୍କରେ  ରାଜ୍ୟ ସରକାରଙ୍କ ନିକଟରେ କୌଣସି ତଥ୍ୟ ଅଛି କି ନାହିଁ? ତାଙ୍କ ସମ୍ପର୍କରେ ଇନକମ ଟ୍ୟାକ୍ସ ଓ ପୁଲିସ ବିଭାଗ ନିକଟରେ ସୂଚନା ଅଛି କି ନାହିଁ? ପ୍ରଭାତଙ୍କ ସମ୍ପର୍କରେ ଜାଣିବା ପରେ ଏମିତି ଅନେକ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଛି।

Related posts

ଏଠାରେ ବିଶ୍ୱର ସର୍ବବୃହତ ପକ୍ଷୀ ମୂର୍ତ୍ତି ରହିଛି

mahabharatanews

କାରଖାନାରେ ଆମୋନିଆ ଗ୍ୟାସ ଲିକ, ୧ ମୃତ

mahabharatanews

କରୋନା ମୁକାବିଲାରେ  ଧାରାବୀ ବସ୍ତୀ ପାଲଟିଛି ଉଦାହରଣ ପାଲଟିଛି

mahabharatanews