ଭୁବନେଶ୍ୱର: ଗତକାଲି ଯାଜପୁର କୁଆଖିଆ ମୂଳାପାଳ ନିକଟରୁ ଉଦ୍ଧାର ହୋଇଥିବା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହ ଫିଙ୍ଗିବା ଘଟଣାରେ ପୁଲିସକୁ ମିଳିଛି ବଡ ସଫଳତା । ଛାତ୍ରୀଙ୍କ ମୃତଦେହ ସ୍କୁଟିରେ ନେଇ ଫିଙ୍ଗିଥିବା ୨ ଯୁବକଙ୍କୁ ଚିହ୍ନଟ କରାଯାଇଛି । ୨ ଯୁବକଙ୍କୁ ଚିହ୍ନଟ କରାଯାଇଥିବା ଯାଜପୁର ଏସପି ସୂଚନା ଦେଇଛନ୍ତି । ଗତକାଲି ଦୁଇ ଯୁବକ ଏକ ସ୍କୁଟିରେ ଛାତ୍ରୀଙ୍କୁ ଆଣି ସେଠାରେ ଫିଙ୍ଗି ଦେଇଯାଇଥିଲେ । ସିସିଟିଭିରେ ଏହି ଘଟଣା କଏଦ ହୋଇଥିଲା । ପୁଲିସ ସିସିଟିଭି ଫୁଟେଜର ଯାଞ୍ଚ କରିବା ପରେ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିବା ଅନୁମାନ କରାଯାଉଛି । ତେବେ ଅଭିଯୁକ୍ତଙ୍କ ସମ୍ପର୍କରେ ପୁଲିସ ପକ୍ଷରୁ ସବିଶେଷ ବିବରଣୀ ଏଯାବତ୍ ଆସିନାହିଁ ।
ଯାଜପୁର କାଆଖିଆ ଅନ୍ତର୍ଗତ କାଳିଆପାଣି ଛକ ଠାରୁ ଅଳ୍ପ ଦୂରରେ ଏକ ଅଚିହ୍ନା ଯୁବତୀଙ୍କ ମୃତଦେହ ଠାବ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ତେବେ ସ୍ଥାନୀୟ ଲୋକେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ଯୁବତୀଙ୍କୁ ଆଣି ସେଠାରେ ଫିଙ୍ଗି ଦେଇଥିବା ଦେଖିଥିଲେ । ଏହାକୁ ନେଇ ପୁଲିସର ପ୍ରାଥମିକ ତଦନ୍ତ ପରେ ଯୁବତୀଙ୍କ ବ୍ୟାଗରୁ ମିଳିଥିବା ତାଙ୍କ ଆଇ କାର୍ଡରୁ ସେ ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩ ୨ୟ ବର୍ଷ ଛାତ୍ରୀ ଥିବା ଜଣାପଡିଥିଲା । ଏହାପରେ ପୁଲିସ ଛାନଭିନ୍ନ କରି ତାଙ୍କ ଘର ମୟୂରଭଞ୍ଜରେ ହୋଇଥିବା ଜାଣିବାକୁ ପାଇଥିଲା ଓ ତାଙ୍କ ପରିବାରକୁ ସୂଚନା ଦେଇଥିଲା । ସୂଚନା ପାଇ ଯୁବତୀଙ୍କ ବାପା କାଳିଆପାଣିରେ ପହଞ୍ଚି ମୃତଦେହ ତାଙ୍କ ଝିଅ ଝରାଫୁଲର ବୋଲି ଚିହ୍ନଟ କରିଥିଲା ।
previous post