ଖେଳ

 ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ସୁନ୍ଦରଗଡର ଯୁବକ

ସୁନ୍ଦରଗଡ: ସୁନ୍ଦରଗଡର ଯୁବକ ସମ୍ମାନଜନକ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ୩୦ ସେକେଣ୍ଡରେ ୪୦ ଥର ପୁସଅପ ପାଇଁ ସେ ଏହି ରେକର୍ଡର ହକଦାର ହୋଇଛନ୍ତି । ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପରେ ୟଶରାଜ କହିଛନ୍ତି ସୁପରମ୍ୟାନ ପୁସଅପ ସହଜ ନଥିଲା । ପୂର୍ବରୁ ପଞ୍ଜାବରେ ଜଣେ ଯୁବକ ୩୦ ସେକେଣ୍ଡରେ ୩୦ ଥର ଥର ପୁସଅପ କରି ଏହି ସମ୍ମାନର ଅଧିକାରୀ ହୋଇଥିଲେ । ତେବେ ସେ ପୂର୍ବ ରେକର୍ଡ ଭାଙ୍ଗିଥିବା ୟଶରାଜ କହିଛନ୍ତି ।
ସେ ଆହୁରି କହିଛନ୍ତି, ସେ ସୁନ୍ଦରଗଡର ସୋମନାଥ ରାୟଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏହି ଦୁଃସାହସିକ କ୍ଷେତ୍ରକୁ ଯାଇଥିଲେ । ସୋମନାଥ ପୂର୍ବରୁ ତାଙ୍କ ଶରୀରଠାରୁ ୨୫ କିଲୋ ଅଧିକ ଭାର ଉତ୍ତୋଳନ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲେ ।
୧୭ ବର୍ଷୀୟ ୟଶରାଜ ସୁନ୍ଦରଗଡ ଟାଉନରେ ବସବାସ କରୁଥିବା ଉଷା ସ୍ୱର୍ଣ୍ଣକାର ଓ ମନୋଜ ସ୍ୱର୍ଣ୍ଣକାରଙ୍କ ସାନ ପୁଅ । ୟଶରାଜଙ୍କ ଏହି ସଫଳତା ପରେ ପରିବାରରେ ଖୁସିର ଲହରୀ ଖେଳି ଯାଇଛି । କରୋନା ପାଇଁ ଦେଶବ୍ୟାପୀ ଲକଡାଉନ ଚାଲିଥିବା ବେଳେ ଏହି ଯୁବକ ନିଜ ସମୟକୁ ଗଠନମୂଳକ ଦିଗରେ ଉପଯୋଗ କରି ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି ।

Related posts

ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଲେ ଆର ମାଧବଙ୍କ ପୁଅ ବେଦାନ୍ତ ମାଧବନ

mahabharatanews

ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ

mahabharatanews

ଭାରତୀୟ ମାଟିରେ ଟେଷ୍ଟ ସିରିଜ୍ ବିଜୟ ହୋଇ ୨୫ ବର୍ଷର ଅପେକ୍ଷାର ଅନ୍ତ କରିବୁ

mahabharatanews