ଓଡିଶା

କଟକସ୍ଥିତ ସନ ହସ୍ପିଟାଲରେ ନିଆଁ: କାରଣ ଅସ୍ପଷ୍ଟ 

କଟକ: କଟକର ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗି ଯାଇଛି । କଟକର ବିଜୁ ପଟ୍ଟନାୟକ ଛକ ନିକଟରେ ଥିବା ‘ସନ୍’ ହସ୍ପିଟାଲରେ ସୋମବାର ମଧ୍ୟାହ୍ନ ପ୍ରାୟ ୧ଟାରେ ନିଆଁ ଲାଗିଛି । ନିଆଁ ଲାଗିବା ପରେ ହସ୍ପିଟାଲର ଉପର ମହଲାରୁ କଳା ଧୂଆଁ ବାହାରୁଛି । ଖବର ପାଇ ପାଞ୍ଚଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଯାଇଛି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।
ହସ୍ପିଟାଲରେ ନିଆଁ ଲାଗିବା ଯୋଗୁଁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ରୋଗୀଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ମୃତାହତ ଖବର ମିଳିନାହିଁ । ପୁଲିସ ସେଠାରେ ଭିଡ ନିୟନ୍ତ୍ରଣରେ ଲାଗିଛି ।

 

Related posts

ସ୍କୁଟି- ହାଇବା ଧକ୍କା, ଜଣ ମହିଳାଙ୍କ ମୃତ୍ୟୁ,ପୁତୁରା ଗୁରୁତର

mahabharatanews

ଚଳିତ ମ୍ୟାଟ୍ରିକ ପରୀକ୍ଷା ପାଇଁ ୩୨୨୧ ପରୀକ୍ଷା କେନ୍ଦ୍ର

mahabharatanews

ପୋଷ୍ଟ ମାଷ୍ଟରଙ୍କୁ ସମ୍ମାନିତ

mahabharatanews