Uncategorized

ଚନ୍ଦ୍ରରେ ଗଲ୍ଫ ଖେଳକୁ ପୂରିଲା ୫୦ ବର୍ଷ

ନ୍ୟୁୟର୍କ: ୬ ଫେବୃଆରୀ ୧୯୭୧ । ମହାକାଶରେ ବୈଜ୍ଞାନିକମାନେ ରଚିଥିଲେ ଇତିହାସ । ଏହି ଦିନ ପ୍ରଥମ ଥର ଚନ୍ଦ୍ର ପୃଷ୍ଠରେ ଖେଳାଯାଇଥିଲା ଗଲ୍ଫ । ନାସାର ଅଷ୍ଟମ ମୁନ୍‌ ମିଶନ୍‌ କାଳରେ ଚନ୍ଦ୍ର ପୃଷ୍ଟରେ ରଚାଯାଇଥିଲା ଇତିହାସ । ୩୧ ଜାନୁଆରୀ ୧୯୭୧ରେ ନାସା ତାର ୮ମ ମୁନ ମିଶନ ଆପୋଲୋ-୧୪ ଲଞ୍ଚ କରିଥିଲା। ଏହି ମିଶନରେ ଆଲନ ସେପାର୍ଡ, ସୁଟୁଅର୍ଡ ରୁଷା ଏବଂ ଏଡଗର ମିଶେର ଯାଇଥିଲେ। ଆପୋଲୋ-୧୪ ସପ୍ତାହ ବ୍ୟାପୀ ଯାତ୍ରା କରିବା ପରେ ଯେତେବେଳେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଲା ସେତେବେଳେ ଏଥିରେ ଯାଇଥିବା ଲୋକେ ସେଠାରେ ଗଲ୍ଫ ଖେଳିଥିଲେ।
ଏହି ମିଶନରେ ଯାଇଥିବା ଆଲନ ସେପାର୍ଡ ଜଣେ ଗଲ୍ଫ ଖେଳାଳୀ ଥିଲେ। ତେଣୁ ଚନ୍ଦ୍ରରେ ଗଲ୍ଫ ଖେଳିବା ପାଇଁ ସେ ନିଜ ବ୍ୟାଗ୍‌ରେ ଗଲ୍ଫ ଷ୍ଟିକ୍‌ ଏବଂ ଗଲ୍ଫ ବଲ୍‌ ଲୁଚାଇ ନେଇଯାଇଥିଲେ। ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା ପରେ ସେ ଦୁଇଟି ବଲ୍‌କୁ ହିଟ୍‌ କରିଥିଲେ। ଏହାକୁ ଜ୍ୟାବୋଲିସ୍‌ କାର୍ଟନ ନାଁ ଦିଆଯାଇଥିଲା। ଗୋଟିଏ ବଲ୍‌ ଏକ ଗର୍ତ୍ତରେ ଗଳି ପଡ଼ିଥିବା ବେଳେ ଅନ୍ୟ ବଲଟି ମାଇଲ୍‌ ମାଇଲ୍‌ ଦୂରରେ ପଡ଼ିଥିବା ନେଇ ସେ ଦାବି କରିଥିଲେ। ଆପୋଲୋ-୧୪କୁ ୫୦ ବର୍ଷ ପୂରଣ ହେଉଥିବା ବେଳେ ଏହି ଫଟୋ ନାସା ପକ୍ଷରୁ ଜାରି କରାଯାଇଛି। ଯାହାକି ଏବେ ଭାଇରାଲ୍‌ ହେଉଛି।

 

Related posts

ପଞ୍ଜାବ ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା କମିଲା

mahabharatanews

ପୁଣି ସରଗରମ ହୋଇପାରେ ବିଧାନସଭା,ବଜେଟ ଉପରେ ଗୃହରେ ହେବ ଆଲୋଚନା

mahabharatanews

ଆସାମ ବନ୍ୟାରେ ମୃତ୍ୟୁସଂଖ୍ୟା ୮୪କୁ ବୃଦ୍ଧି

mahabharatanews