ଓଡିଶା

ଶ୍ରୀମନ୍ଦିର ଭିତର ଫୋଟୋ ଭାଇରାଲ: ଥାନାରେ ଏତଲା

ପୁରୀ/ଜୟନ୍ତ ସେଠୀ: ଶ୍ରୀମନ୍ଦିର ଭିତର ବେଢାର ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଏ ନେଇ ଏକ ଏତଲା ସିଂହଦ୍ୱାରା ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି। ଭାଇରାଲ କରିଥିବା ବ୍ୟକ୍ତି ବିରୋଧରେ ପୋଲିସ କାର୍ୟ୍ୟନୁଷ୍ଠାନ ନେବାକୁ ଏତଲାରେ ଉଲ୍ଲେଖ କରାଯାଇଛି। ଇଂଷ୍ଟାଗ୍ରାମରେ ଇଣ୍ଡିଆନ ଟେମ୍ପୁଲ ନାମକ ଏକ ଆଇଡ଼ିର ଏହି ଫୋଟୋ ଛଡା ଯାଇଛି। ଦକ୍ଷିଣ ଦ୍ୱାର ଗୁମୁଟ ନିକଟ ସମ୍ପତି ମନ୍ଦିର ସମ୍ମୁଖରୁ ଏହି ଫୋଟୋ ନିଆଯାଇଛି। ସେହିପରି ସାଲିନୀ ପାସି ନାମକ ଜଣେ ମହିଳା ତାଙ୍କ ଇଂଷ୍ଟାଗ୍ରାମରେ ଦୁଇଟି ଶ୍ରୀମନ୍ଦିର ଭିତର ଫୋଟୋ ସେୟାର କରିଥିବା ଜଣାପଡ଼ିଛି। ଫୋଟୋଟି ଉକ୍ତ ଆଇ ଡି ରେ ଚଳିତ ମାସ ୨ ତାରିଖରେ ପୋଷ୍ଟ ହୋଇଛି। ତେବେ ଶ୍ରୀମନ୍ଦିର ଭିତରେ ପୋଲିସ କର୍ମଚାରୀ ସୁରକ୍ଷା ଦାୟିତ୍ୱ ରେ ଥିବା ବେଳେ କିଭଳି ଏହି ଫୋଟୋ ଉଠାଗଲା ସେ ନେଇ ପ୍ରଶ୍ନ ଉଠିଚି। ଏହା ଦ୍ୱାରା ଶ୍ରୀମନ୍ଦିର ସୁରକ୍ଷା ଢିଲା ରହିଥିବା ପ୍ରମାଣିତ ହୋଇଛି। ଏହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଭିତର ଫୋଟୋ ସୋସିଆଲ ମିଡିଆରେ ଅନେକ ଥର ଭାଇରାଲ ହୋଇ ଥିବା ବେଳେ ଅନେକ ଥର ବିବାଦ ମଧ୍ୟ ଉଠିଛି ଶ୍ରୀମନ୍ଦିର ଉପରୁ ଡ୍ରୋନ ସାହାଯ୍ୟରେ ନିଆଯାଇ ଥିବା ଭିଡ଼ିଓ ଏବେ ବି ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି। ତେବେ ଏହି ଘଟଣା ରେ କଡା କାର୍ୟ୍ୟନୁଷ୍ଠାନ ନିଆଗଲେ ଅଗାମୀ ଦିନରେ ଏଭଳି କାର୍ୟ୍ୟ କରିବା ପାଇଁ ସମସ୍ତେ ନିବୃତ୍ତ ରହିବେ ବୋଲି ଆଶା କରାଯାଉଛି।

 

Leave a Reply Cancel reply Your email address will not be published. cialis malaysia pharmacy Search for:.

Related posts

ଆଖି ବୁଜିଲା ବାଘ ‘ନନ୍ଦନ’

mahabharatanews

ସହିଦଙ୍କ ଜନ୍ମସ୍ଥାନର ପବିତ୍ର ମାଟି ସଂଗ୍ରହ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 

mahabharatanews

ନବ ଦାସ ହତ୍ୟା ମାମଲା;  ୨୧ରେ ହେବ ପରବର୍ତୀ ଶୁଣାଣି 

mahabharatanews