ଓଡିଶା

ଗୋଳାବାରୁଦ କାରଖାନାରେ ଯବାନଙ୍କ ଆତ୍ମହତ୍ୟା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଡମାଳ ଗୋଳାବାରୁଦ କାରଖାନାରେ କାର୍ଯ୍ୟରତ ଜଣେ ଡିଏସସି ଯବାନ ନିଜ ବନ୍ଧୁକ ଫୁଟାଇ ଆତ୍ମହତ୍ୟା କରିଛନ୍ତି । ନିଜ ସର୍ଭିସ ରିଭଲଭରରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡିଛି । ଗୋଳାବାରୁଦ କାରଖାନାର ୪୭ ନମ୍ବର ବେଷ୍ଟନରେ ସେ କାର୍ଯ୍ୟରତ ଥିଲେ । ଗତକାଲି ମଧ୍ୟ ସେ ଡ୍ୟୁଟିରେ ଥିଲେ । ତେବେ ପରେ ଅନ୍ୟଜଣେ ଯବାନ ଡ୍ୟୁଟିରେ ଯୋଗଦେବା ପରେ ଦେଖିବାକୁ ପାଇଥିଲେ କି ଯବାନଙ୍କ ମୃତଦେହ କାରଖାନା ଭିତରେ ପଡି ରହିଛି । ନିଜ ସର୍ଭିସ ବନ୍ଧୁକରୁ ୫ ରାଉଣ୍ଡ ଗୁଳି କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣା ସମ୍ପର୍କରେ ପୋଲିସ କିଛି ସ୍ପଷ୍ଟ ସୂଚନା ଦେଇନାହିଁ ।

Related posts

ବିଜୁଳି ମାଡ଼ରେ ଯୁବକର ମୃତ୍ୟୁ

mahabharatanews

ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ

mahabharatanews

ସ୍ୟାଣ୍ଡ ଆର୍ଟ ଇନ୍ସଟା ଲେସନରେ ଆହ୍ୱାନ କଲେ ୫ ଏପ୍ରିଲ୍କୁ

mahabharatanews