ଓଡିଶା

କରୋନା ଟୀକା ନେଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠାରୁ ୫୦ ବର୍ଷରୁ ଊଦ୍ଧ୍ୱର୍ ବୟସ୍କଙ୍କ ଟୀକାକରଣ ଆରମ୍ଭ ହୋଇଛି । ଏହି କ୍ରମରେ ପ୍ରଥମ ଟୀକା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିି ପ୍ରଥମ ଡୋଜ ନେଇଛନ୍ତି । ଭାରତ ବାୟୋଟେକର କୋଭାକ୍ସିନ ଟୀକା ମୋଦି ଆଜି ସକାଳୁ ନେଇଛନ୍ତି । ମୋଦି ସକାଳେ ଦିଲ୍ଲୀ ଏମ୍ସରେ ପହଞ୍ଚି ଟୀକା ନେଇଛନ୍ତି । ଏହି ଟୀକା ନେଇ ପୂର୍ବରୁ ବିରୋଧୀଙ୍କ ପ୍ରଶ୍ନ ଓ ଟୀକାଟୀପଣିରେ ପୂର୍ଣ୍ଣଛେଦ ଟାଣିଛନ୍ତି ।
ଭାରତ ବାୟୋଟେକ ଓ ସେରମ ଇନଷ୍ଟିଚ୍ୟୁଟର କରୋନା ଟୀକା କୋଭାକ୍ସିନକୁ ମଞ୍ଜୁରୀ ପ୍ରଦାନ ପରେ ବିରୋଧୀ ଦଳ ଅନେକ ପ୍ରଶ୍ନ କରିଥିଲେ । ଏପରିକି ଭାକସିନ୍ କାମ କରିବା ନାହିଁ ବୋଲି ମଧ୍ୟ ଟାର୍ଗେଟ କରିଥିଲେ । ପୂର୍ବରୁ ବିରୋଧୀ ନେତା ମାନେ ଏହି ଟୀକାର ବିଶ୍ୱସନୀୟତା ଓ କାର୍ଯ୍ୟକାରିତା ଉପରେ ନାନା ପ୍ରଶ୍ନ କରିବା ସହ ପ୍ରଧାନମନ୍ତ୍ରୀ ପ୍ରଥମେ ଟୀକା ନେବାକୁ ଚ୍ୟାଲେଞ୍ଜ କରି ଆସୁଥିଲେ ।
ସେହିପରି ରାଜ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୀକା ନେଇଛନ୍ତି । ବିଧାନସଭା ପରିସର ଚିକିତ୍ସାଳୟରେ ଟିକା ନେଲେ ମୁଖ୍ୟମନ୍ତ୍ରୀ। ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଜଣାଇଛନ୍ତି।

 

Related posts

ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ନିଯୁକ୍ତ, ପ୍ରଦୀପ ଜେନା ଉନ୍ନୟନ କମିଶନର

mahabharatanews

ହିଂଜିଳି ବ୍ଲକ ଚାଉଳ କଳ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

mahabharatanews

ପ୍ରବାସୀଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ

mahabharatanews