Uncategorized

ଘାଟି ତଳକୁ ବସ ଖସି ୨୭ ମୃତ, ୩୯ ଆହତ

ଜାକର୍ତ୍ତା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୭ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ଗୁରୁତର ଆହତ ହୋଇଛନ୍ତି । ଘାଟି ତଳକୁ ଏକ ପର୍ଯ୍ୟଟକ ବସ ଖସି ପଡିବାରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଛି ।
ଇଣ୍ଡୋନେସିଆର ସୁବଙ୍ଗ ପ୍ରଦେଶର ତାସିକମାଲୟା ଜିଲ୍ଲାସ୍ଥିତ ଇସଲାମିକ ଜୁନିୟନ ହାଇସ୍କୁଲରୁ ଏକ ତୀର୍ଥଯାତ୍ରା ବାହାରି ଥିଲା । ଏକ ବସରେ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ ତୀର୍ଥ ଯାତ୍ରାରେ ବାହାରିଥିବା ବେଳେ ସୁମେଡାଙ୍ଗ ଜିଲ୍ଲା ରାସ୍ତାରେ ବସଟି ଘାଡିକୁ ଖସି ପଡିଥିଲା । ବସଟି ୨୦ ମିଟର ତଳକୁ ଖସି ପଡିବାରୁ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇଁ ସ୍ଥାନୀୟ ପ୍ରଶାସନ ମୃତଦେହ ଓ ଆହତଙ୍କ ଉଦ୍ଧାର ଜାରି ରଖିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ରହିଛନ୍ତି । ପୁଲିସ ଦୁର୍ଘଟଣାର କାରଣ ଯାଞ୍ଚ କରୁଛି ।

Related posts

ହୋଟେଲ ରୁମରୁ ତାମିଲ ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର

mahabharatanews

ଦିଲ୍ଲୀ-ଲୁଧିଆନା ବିମାନର ୧ ଯାତ୍ରୀ କରୋନା ପଜିଟିଭ୍

mahabharatanews

ଶୋଫିଆନା: ଦୁଇ ଆତଙ୍କବାଦୀ ନିହତ

mahabharatanews