ଓଡିଶା

କୃଷକ ନେତା ରାକେଶ ଟିକାୟତଙ୍କ ଯାଜପୁରରେ ଚାଷୀ ସମାବେଶ

ଭୁବନେଶ୍ୱର/ ରାଜେଶ ସାହୁ: ଓଡିଶାରେ ଚାଷୀ ନେତା ରାକେଶ ଟିକୟତ । ଦିଲ୍ଲୀରୁ ଓଡ଼ିଶା ଭାୟା ବେଙ୍ଗାଲ । ପଶ୍ଚିମବଙ୍ଗରେ ବିଜେପି ବିରୋଧରେ ପ୍ରଚାର ପରେ ଏବେ ଓଡ଼ିଶାରେ ପହଞ୍ଚିଛନ୍ତି ଟିକାୟତ । ଆଜି ଭୁବନେଶ୍ୱର ବିମାନବନ୍ଦରେ ରାକେଶ ଟିକାୟତ ପହଞ୍ଚିଥିବା ବେଳେ ତାଙ୍କୁ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଛି । ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ ଭଳି ଚାଷୀ ବହୁଳ ରାଜ୍ୟ ସହ ନିର୍ବାଚନ ହେଉଥିବା ପଶ୍ଚିମବଙ୍ଗ ପରେ ଏବେ ଓଡ଼ିଶାରେ ହେବ ଚାଷୀଙ୍କ ମହାପଞ୍ଚାୟତ । କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ମହାପଞ୍ଚାୟତର ଆୟୋଜନ କରିଛି ନବ ନିର୍ମାଣ କୃଷକ ସଂଗଠନ ।
ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟ ସୁଙ୍ଗୁଡ଼ା ଖେଳ ପଡ଼ିଆରେ କୃଷକଙ୍କ ମହାପଞ୍ଚାୟତରେ ଯୋଗଦେବେ । ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନକୁ ୧୦୦ ଦିନରୁ ଅଧିକ ଦିନ ବିତି ଯାଇଥିଲେ ସୁଦ୍ଧା କୈାଣସି ସମାଧାନର ବାଟ ବାହାରିନି । କେନ୍ଦ୍ର କୃଷି ବିଲ୍ ପ୍ରତ୍ୟାହାର ଜରୁରୀ ବୋଲି କହିଛି ନବ ନିର୍ମାଣ କୃଷକ ସଙ୍ଗଠନ । ଶୁକ୍ରବାର ହେବାକୁ ଥିବା ମହାପଞ୍ଚାୟତରେ କୃଷକ ନେତା ରାକେଶ ଟିକାୟତଙ୍କ ସମେତ ବହୁ ଚାଷୀ ନେତା ସାମିଲ ହେବେ ।

 

Related posts

ଫୁଲୁଛି ମହାନଦୀ ,୧୦ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

mahabharatanews

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କା ବ୍ୟୟବରାଦ

mahabharatanews

ଆସୁଛି ବାତ୍ୟା : ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା

mahabharatanews