ଓଡିଶା

ନିଆରା ଢଙ୍ଗରେ ଗୁରୁପୂଜନ ଓ ବନ୍ଧୁମିଳନ ଉତ୍ସବ ପାଳନ  

ଭଦ୍ରକ ଜ଼ିଲ୍ଲା ଚାନ୍ଦବାଲି ବ୍ଲକ ସାରଳା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ଗୁରୁପୂଜନ ଓ ବନ୍ଧୁମିଳନ ଉତ୍ସବ l 1989 ମସିହାରେ ଏହି ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମନେ ଏକତ୍ରିତ ହୋଇ ଏହି ଉତ୍ସବ ପାଳନ କରିଛନ୍ତି l ସକାଳୁ ପ୍ରଥମେ ବିଦ୍ୟାଳୟର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ମାନଙ୍କରେ ସଫେଇ କରାଯାଇଥିଲା ପରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ତିନିଶହ ରୁ ଉର୍ଦ୍ଧ ଗଛ ବୃକ୍ଷରୋପଣ କରାଯିବା ପରେ ଗୁରୁ ମାନଙ୍କଠୁ ଆଶିଷ ଲାଭ କରି ଗୁରୁପୂଜନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯାଇଥିଲା  l ଏବଂ ଶେଷରେ କିଛି ଗରିବ ଓ ଅସହାୟ ଲୋକ ମାନଙ୍କୁ ବସ୍ତ୍ର ଦାନ କରାଯାଇଥିଲା l ଏଭଳି ମହତ କାର୍ଯ୍ୟକୁ ବିଦ୍ୟାଳୟର ଶିକ୍ଷକମନେ ପ୍ରଶଂସା କରିଥିଲେ  l

Related posts

ବସନ୍ତ ପଞ୍ଚମୀ ଉପଲକ୍ଷେ ବାଲୁକା ଶିଳ୍ପୀ ବିଦ୍ୟାଦାତ୍ରୀଙ୍କ ବାଲୁକା କଳା ନିର୍ମାଣ କରିଛନ୍ତି

mahabharatanews

ଭାବନ୍ଧ ଗ୍ରାମ ପଞ୍ଚାୟତ ରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

mahabharatanews

ମା’ କନ୍ଧୁଣି ଦେବୀ ମହୋତ୍ସବର ଦ୍ୱିତୀୟ ଦିନ

mahabharatanews