ଓଡିଶା

ମେ’ ୨୩ତାରିଖରେ ଓଏଏସ ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର: ପ୍ରିଲିମିନାରୀ ପରୀକ୍ଷା ମେ’ ୨୩ତାରିଖ ହେବ । ଏନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ୩୯୨ଟି ପଦବୀ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବ। ରବିବାର ୫ଟି ଜୋନରେ ଭୁବନେଶ୍ୱର, କଟକ ସମେତ ସମ୍ବଲପୁର, ବାଲେଶ୍ୱର ଓ ବ୍ରହ୍ମପୁରରେ ପରୀକ୍ଷା ହେବ। ଦୁଇଟି ସିଟିଂରେ ୨ଘଣ୍ଟା ଲେଖାଏଁ ପରୀକ୍ଷା ହେବ। ସକାଳ ୧୦ଟାରୁ ୧୨ଟା ପର୍ୟ୍ୟନ୍ତ ଜେନେରାଲ ଷ୍ଟଡିଜ ପେପର-୧ ପରୀକ୍ଷା ଓ ଅପରାହ୍ନ ସାଢ଼େ ୧ଟାରୁ ସାଢ଼େ ୩ଟା ପର୍ୟ୍ୟନ୍ତ ଜେନେରାଲ ଷ୍ଟଡିଜ ପେପର-୨ ପରୀକ୍ଷା ହେବ । ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ପରୀକ୍ଷାର୍ଥୀ ଆଡମିଟ୍ କାର୍ଡ ବା ଆଡମିଶନ ସାର୍ଟିଫିକେଟ ଓଡ଼ିଶା ଲୋକସେବା ଆୟୋଗଙ୍କ ୱେବସାଇଟରୁ ଡାଉନଲୋଡ୍ କରିପାରିବେ।

 

Related posts

ୱିନର ବ୍ରାଇଟ ଫ୍ୟୁଚର ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

mahabharatanews

ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଆଉ ୬ ମାସ ମିଳିବ ମାଗଣା ଅତିରିକ୍ତ ଚାଉଳ

mahabharatanews

କିଛି ଜିଲ୍ଲାରେ ବର୍ଷା ସମ୍ଭାବନା 

mahabharatanews