ଅପରାଧ

ହୋଟେଲ ରୁମରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର/ସରୋଜ ରାଉତ: କଟକରୁ ନିଖୋଜ ହୋଇଥିଲେ ଯୁବକ । ନିଖୋଜର ୨ ଦିନ ପରେ ଭୁବନେଶ୍ୱରରୁ ମିଳିଲା ମୃତଦେହ । ରାଜଧାନୀର ଏକ ହୋଟେଲରୁ ଯୁବକଙ୍କ ମୃତଦେହ ମିଳିଛି । ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଥିବା ଏକ ହୋଟେଲରୁ ମିଳିଛି କଟକରୁ ନିଖୋଜ ହୋଇଥିବା ଅଭିଷେକଙ୍କ ମୃତଦେହ । ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଶୈଳଶ୍ରୀ ବିହାରରେ ଥିବା ଏକ ହୋଟେଲର ଏକ କୋଠରୀ ନ ଖୋଲିବାରୁ ହୋଟେଲ ମାଲିକ ଯାଇ କବାଟ ବାଡେଇ ଥିଲେ । କିନ୍ତୁ କେହି କବାଟ ଖୋଲି ନ ଥିଲେ । ମାଲିକ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କୋଠରୀକୁ ଯାଇ ଯୁବକଙ୍କୁ ମୃତ ପାଇଥିଲା । ଖବର ନେବାରୁ ଉକ୍ତ ଯୁବକଙ୍କ ନାମ ଅଭିଷେକ ନାୟକ ଓ ତାଙ୍କ ଘର କଟକ । ସେ ଦୁଇ ଦିନ ହେବ ନିଖୋଜ ଥିବା ପୁଲିସ ଜାଣିବାକୁ ପାଇଥିଲା । ପୋଲିସ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ଏହା ହତ୍ୟା ନା ଆତ୍ମହତ୍ୟା ତାର ତଦନ୍ତ କରୁଛି ପୁଲିସ ।

Related posts

ଲାଞ୍ଚ ନେଇ ଧରାପଡିଲେ ଆକାଉଣ୍ଟାଣ୍ଟ

mahabharatanews

ଯୋଜନା ହୋଇଥିବା ଡକାୟତିକୁ ପଣ୍ଡ କଲା ଜଟଣୀ ପୋଲିସ୍

mahabharatanews

କୁମ୍ଭୀର ଶିକାର ଅଭିଯୋଗରେ ଜଣେ ଗିରଫ

mahabharatanews