ରାଜନୀତି

ବିଭିନ୍ନ ପ୍ରସଙ୍ଗକୁ ନେଇ ମାର୍ଚ୍ଚ ୨୫ରେ ଛାତ୍ର କଂଗ୍ରେସର ବିଶାଳ ସମାବେଶ

ଭୁବନେଶ୍ୱର/ ସରୋଜ ରାଉତ: ୨୫ମାର୍ଚ୍ଚରେ ଛାତ୍ର କଂଗ୍ରେସ ତରଫରୁ ବିଶାଳ ସମାବେଶ ହେବ । ବିଧାନସଭା ଘେରାଉ ହେବ । ଆଜି ଏହି ବିଷୟରେ ଛାତ୍ର କଂଗ୍ରେସ ତରଫରୁ କଂଗ୍ରେସ ଭବନରୁ ପ୍ରେସ୍ ମିଟ ମାଧ୍ୟମରେ ସୂଚନା ଦିଆଯାଇଛି । ଏହି ପ୍ରେସ ମୀଟ ଛାତ୍ର କଂଗ୍ରେସ ସଭାପତି ସ୍ମୁତି ଲେଙ୍କା. ରାଷ୍ଟୀୟ ପ୍ରଭାରୀ ପ୍ରତିଭା ରଘୁବଂଶୀ ଉପସ୍ଥିତ ରହି କହିଥିଲେ ଓଡିଶାରେ ନବୀନ ପଟନାୟକ ଛାତ୍ର. ଛାତ୍ରୀଙ୍କୁ ଠକିଛନ୍ତି । ଦେଶରେ ବେରୋଜଗାର ବଢ଼ିଛି । ଆଗରୁ ଗ୍ୟାସ ଦର ୪୫୦ଟଙ୍କା ଥିଲା ବେଳେ ଏବେ ଡବଲ ହୋଇଛି । ସେହିପରି ସବୁ ଜିନିଷର ଦର ବଢିଛି । ରାଜ୍ୟରେ ଯୁବକ ଯୁବତୀ ପ୍ରତାରିତ ହେଇଛନ୍ତି । ସେଥିପାଇଁ ମାର୍ଚ୍ଚ ୨୫ରେ ଛାତ୍ର କଂଗ୍ରେସ ଭୁବନେଶ୍ୱରର ବିଭିନ୍ନ ପ୍ରକାର କାର୍ୟ୍ୟକ୍ରମ କରିବ ବୋଲି ସୂଚନା ଦେଇଥିଲେ ପ୍ରତିଭା ରଘୁବଂଶୀ ।

 

Related posts

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ : ପୌର ନିର୍ବାଚନ

mahabharatanews

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

mahabharatanews

ବିଚାରବିମର୍ଶ ପରେ ନିଆଯିବ ପଦକ୍ଷେପ: ଉଚ୍ଚ ଶିକ୍ଷା ମନ୍ତ୍ରୀ

mahabharatanews