ଓଡିଶା

ଛାତ୍ରୀଙ୍କ ନାମରେ ରାଗିଂ ଅଭିଯୋଗ ଆଣିଲେ ଛାତ୍ରୀ

ସମ୍ବଲପୁର: ଛାତ୍ରୀଙ୍କ ନାମରେ ରାଗିଂ ଅଭିଯୋଗ ଆଣିଲେ ଛାତ୍ରୀ । ଏପରି ଘଟଣା ଘଟିଛି ସମ୍ବଲପୁର ସରକାରୀ ହୋମିଓପାଥି କଲେଜରେ । ଗତ ୧ ତାରିଖରେ ଦିଲ୍ଲୀ ନାସନାଲ ଆଣ୍ଟି ରାଗିଂ ସେଲରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ରାଗିଂ ସେଲ ପକ୍ଷରୁ ତଦନ୍ତ ଜାରି ରହିଛି । ଅଭିଯୋଗରେ ମୋଟ ୬ ଜଣଙ୍କ ନାମ ରହିଛି । ସେମଧ୍ୟରୁ ୫ ଜଣ ଛାତ୍ରୀ ଓ ଜଣେ ଛାତ୍ର ରହିଛନ୍ତି । ତେବେ ଏହାକୁ କଲେଜ କର୍ତ୍ତୃପକ୍ଷ ଗୋଷ୍ଠୀ କନ୍ଦଳ ବୋଲି କହିଛନ୍ତି । କଲେଜର ଆଣ୍ଟି ରାଗିଂ ସେଲ ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ଅଧ୍ୟକ୍ଷ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସିଂ ସୂଚନା ଦେଇଛନ୍ତି ।

 

Related posts

ମାଗଣା ଚକ୍ଷୁ ପରୀକ୍ଷା ଶିବିର

mahabharatanews

ପୁର୍ବ ଭଳି ତୃତୀୟ ପର୍ୟ୍ୟାୟ ଲକ୍ ଡାଉନ୍ କୁ ମାନିବାକୁ ପୁରୀ ଜିଲ୍ଲା ବାସୀଙ୍କୁ କହିଛନ୍ତି ଜିଲ୍ଲାପାଳ

mahabharatanews

ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି, ପୋଲ ଉପରେ ୪ଫୁଟ ପାଣି

mahabharatanews