ଓଡିଶା

ନୂତନ ସୁଡ୍ୟୁଲରେ ହେବ ପିପିଲି ଉପନିର୍ବାଚନ : ସିଇଓ

ଭୁବନେଶ୍ୱର: ପିପିଲି ଉପ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଖୁବ ଶୀଘ୍ର ସାନି ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ ବୋଲି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ପ୍ରକାଶ କରିଛନ୍ତି । ପ୍ରେସମିଟ ଡକାଇ ସିଇଓ କହିଛନ୍ତି, କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ରିଟର୍ଣ୍ଣିଂ ଅଫିସର ନିର୍ବାଚନକୁ ସ୍ଥଗିତ ରଖିଛନ୍ତି । ଏସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଜଣାଇ ଦିଆଯାଇଛି । ନୂଆ ପ୍ରାର୍ଥୀ ଘୋଷଣା କରିବାକୁ କଂଗ୍ରେସକୁ ଏକ ସପ୍ତାହ ସମୟ ଦିଆଯିବ । କଂଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ନିର୍ବାଚନ କମିଶନ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ । ସେହି ଅନୁଯାୟୀ ଭୋଟ ଗ୍ରହଣ ହେବ ଓ ନୂତନ ସୁଡ୍ୟୁଲ ପ୍ରସ୍ତୁତ କରାଯିବ ବୋଲି ସିଇଓ କହିଛନ୍ତି ।

Related posts

କରୋନା ମୁକାବିଲା ପାଇଁ ଦାନ

mahabharatanews

ସୁନି ଜାମିଆ ମସଜିଦ ଇସ୍ଲାମ ସଂଘ ଓ ଜିଲ୍ଲା ରେଡ଼କ୍ରସ ତରଫରୁ ରକ୍ତଦାନ ଶିବିର

mahabharatanews

କଟକ-କେନ୍ଦ୍ରାପଡା ରାସ୍ତାର ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ସଡ଼କ ଦୁର୍ଘଟଣା

mahabharatanews