ଓଡିଶା

ଅଗ୍ନିକାଣ୍ଡ ଏଡାଇବାକୁ କୋଭିଡ ହସ୍ପିଟାଲରେ ଅଗ୍ନିଶମ ବ୍ୟବସ୍ଥା

ଭୁବନେଶ୍ୱର: ଦେଶରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଗୋଟିଏ ପଟେ କରୋନା ସ୍ଥିତି ସାଙ୍ଗକୁ ଅନେକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ବହୁ ରୋଗୀଙ୍କ ମୃତ୍ୟୁ ହେଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଆଗୁଆ ସତର୍କ ହୋଇଛନ୍ତି । ସାରା ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟି ୬୨ଟି କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡଜନିତ ଦୁର୍ଘଟଣା ଏଡ଼ାଇବାକୁ ନିୟୋଜିତ ହୋଇଛନ୍ତି ଅଗ୍ନିଶମ କର୍ମଚାରୀ । ମୋଟ ୩୮୪ ଅଗ୍ନିଶମ କର୍ମଚାରୀ ଏହି କାର୍ଯ୍ୟରେ ୨୪ ଘଣ୍ଟିଆ କାମରେ ନିୟୋଜିତ ହୋଇଛନ୍ତି ।
ରାଜ୍ୟରେ କୋଭିଡ ପରିଚାଳନା ପାଇଁ କାର୍ଯ୍ୟକରୁଥିବା ସବୁ ହସ୍ପିଟାଲରେ ଅଗ୍ନିଶମ କର୍ମଚାରୀଙ୍କ ସହ ଆବଶ୍ୟକ ଅଗ୍ନି ନିର୍ବାପକ ଉପକରଣ ରଖାଯାଇଛି । କୌଣସି ହସ୍ପିଟାଲରେ ଦୁର୍ଘଟଣାବଶତଃ ଅଗ୍ନିକାଣ୍ଡ ଘଟିଲେ ଏହାକୁ ନିୟନ୍ତ୍ରଣ କରିବାକୁ କର୍ମଚାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ନିକଟସ୍ଥ ଦମକଳ କେନ୍ଦ୍ରକୁ ଖବର ଦେବେ । ସମସ୍ତ କୋଭିଡ୍ ହସ୍ପିଟାଲେ ମକଡ୍ରିଲ କରି ହସ୍ପିଟାଲର କର୍ମଚାରୀଙ୍କୁ ସଚେତନ କରାଯାଉଛି । ହସ୍ପିଟାଲ କର୍ମଚାରୀଙ୍କୁ ଅଗ୍ନି ନିର୍ବାପନ ଓ ଉଦ୍ଧାର ପ୍ରକ୍ରିୟା ଶିକ୍ଷା ଦିଆଯାଉଛି । ଏହିଭଲି ରାଜ୍ୟର ଅନ୍ୟ କିଛି ହସ୍ପିଟାଲରେ ମଧ୍ୟ ହସ୍ପିଟାଲ କର୍ମଚାରୀଙ୍କୁ ଅଗ୍ନି ନିର୍ବାପନ ନେଇ ସଚେତନ କରାଯାଉଛି।

 

Related posts

ପିପିଲି ଉପନିର୍ବାଚନ ନିମନ୍ତେ ନୋଡାଲ ଅଧିକାରୀଙ୍କ ବୈଠକ

mahabharatanews

ରାଜ୍ୟପାଳଙ୍କୁ ବିଧାନସଭା ମନା

mahabharatanews

କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଘରକୁ ଗଲେ ୧୧୯ଜଣ ପ୍ରବାସୀ ଓଡିଆ

mahabharatanews