Uncategorized

ଭିରାଫିନର ଦାମ ୧୧,୯୯୫ ଟଙ୍କା

ନୂଆଦିଲ୍ଲୀ: ଗୁରୁତର କରୋନା ରୋଗୀ କିମ୍ୱା ଅକ୍ସିଜେନ ଆବଶ୍ୟକ କରୁଥିବା ଆକ୍ରାନ୍ତଙ୍କ ପାଇଁ ଜାଏଡସ କାଡିଲା କମ୍ପାନୀ ଦ୍ୱାରା ପ୍ରସ୍ତୁତ ‘ଭିରାଫିନ୍’ର ଦାମ ଘୋଷଣା କରିଛି କମ୍ପାନୀ । ଭିରାଫିନର ଦାମ ୧୧,୯୯୫ ଟଙ୍କା ରଖିଛି କମ୍ପାନୀ । ଗତମାସରେ ଡିଜିସିଏ ଏହି ଔଷଧକୁ ଅନୁମତି ଦେଇଥିଲା ।
ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇଛି । କରୋନା ଉପରେ ନିୟନ୍ତ୍ରଣ ଆଣିବା ଲକ୍ଷ୍ୟରେ କେନ୍ଦ୍ର ଟୀକାକରଣକୁ ଜୋରଦାର କରିଛନ୍ତି । କିନ୍ତୁି ଦେଶରେ ଯେତିକି ଟୀକା ପ୍ରସ୍ତୁତ କରାଯାଉଛି ତାହା ଯଥେଷ୍ଟ ରହୁନାହିଁ । ତେଣୁ ବିଦେଶରେ କେନ୍ଦ୍ର ସରକାର ଟୀକା ଆମଦାନୀ କରୁଛି । ଟୀକାକରଣର ବ୍ୟାପକତାକୁ ନେଇ ଭିରାଫିନକୁ ମଧ୍ୟ ସ୍ୱୀକୃତି ଦିଆଯାଇଛି । ଏହା ମୃତ୍ୟୁହାରକୁ କମାଇଦେବା ସହ ଅକ୍ସିଜେନ ଅଭାବ ଦୂର କରିବ ବୋଲି କମ୍ପାନୀ ଜାଏଡସ କାଡିଲା କହିଛି । ଭିରାଫିନ୍ ପେଗିଲେଟେଡ୍ ଇଣ୍ଟରଫେରନ୍ ଆଲଫା-୨ ପ୍ଲାଜମିଡ ଆଧାରିତ ଏକ ପ୍ରକାର ଟୀକା। ତେବେ ଏହି ଟୀକାର ୩ଟି ଡୋଜ ନେବାକୁ ପଡିବ ।
ଭିରାଫିନର ତୃତୀୟ ପର୍ୟ୍ୟାୟ ପରୀକ୍ଷା ଶେଷ ହୋଇଛି ଏହା କରୋନା ନିରାକରଣରେ ରାମବାଣ ସାବ୍ୟସ୍ତ ହୋଇଥିବା କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଆଗାମୀ ଦିନରେ ଏହି ଟୀକାର ଚାହିଦା ଅଧିକ ହେବ ବୋଲି କୁହାଯାଉଛି। ଚଳିତ ମାସ ଶେଷ କିମ୍ବା ଜୁଲାଇ ଆରମ୍ଭରେ ଏହା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।

 

Related posts

ଚୀନ ସରକାର ନିର୍ଦ୍ଦେଶରେ ହୋଇଥିଲା ଗଲୱାନ ଆକ୍ରମଣ

mahabharatanews

ଶସ୍ତାରେ ମାସ୍କ, ସାନିଟାଇଜର ବିକିବା ପାଇଁ କେନ୍ଦ୍ରର ନିର୍ଦ୍ଦେଶ

mahabharatanews

କଂଗ୍ରେସର ପୋଷ୍ଟରରେ ରାହୁଲଙ୍କ ଭୋଜପୁରୀ ଅବତାର

mahabharatanews