ଓଡିଶା

 ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା 

(ଭୁବନେଶ୍ୱର) :  ଆଜିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ । ଚଳିତବର୍ଷ ମଧ୍ୟ ଉଭୟ ଅନ୍‌‌ଲାଇନ ଓ ଅଫ୍‌‌ଲାଇନରେ ଖାତାଦେଖା ହେବ । କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଖାତା ଅନ୍‌‌ଲାଇନରେ ଓ ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାୟନ ଅଫ୍‌‌ଲାଇନରେ ହେବ । ସମୁଦାୟ ୬୯ଟି ଜୋନ୍‌‌ରେ ଅଫ୍‌‌ଲାଇନ ମୂଲ୍ୟାୟନ ଓ ୪୧ଟି ଜୋନ୍‌‌ରେ ଅନ୍‌‌ଲାଇନ୍‌‌ ମୂଲ୍ୟାୟନ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

ସୂଚନାନୁଯାୟୀ , ଦୁଇଟି ପର୍ଯ୍ୟାୟରେ ଖାତାଦେଖା ହେବ । ପ୍ରଥମ ପର୍ଯ୍ୟାୟ ଖାତାଦେଖା ଅପ୍ରେଲ ୨ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ଅପ୍ରେଲ ୪ରୁ ୧୫ତାରିଖ ଯାଏ ଚାଲିବ । ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଉଭୟ ଅଫ୍‌ଲାଇନ୍‌ ଓ ଇ-ମୂଲ୍ୟାୟନ କରାଯିବ । ସେଥିରୁ ରେଗୁଲାର ୩ଲକ୍ଷ ୬୦ହଜାର ୧୯୮ରହିଥିବା ବେଳେ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ହଜାର ୫୦ଜଣ ରହିଛନ୍ତି । ମୋଟ ୧ ଲକ୍ଷ ୯୯ ହଜାର ୩୬୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଛାତ୍ରଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୮୬ ହଜାର ୮୮୯ ।

Related posts

ପାଣ୍ଡିଆନଙ୍କ ହେଲିକେପ୍ଟର୍ ଗସ୍ତ ଖର୍ଚ୍ଚର ତଦନ୍ତ ହେବ : ଆଇନ ମନ୍ତ୍ରୀ

mahabharatanews

ରାୟଗଡ଼ା ଜିଲ୍ଲାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟା ବନ୍ଦ ପାଳନ

mahabharatanews

ଆରମ୍ଭ ହେଲା ଭୁବନେଶ୍ୱରରୁ ସିଙ୍ଗାପୁର ବିମାନ ସେବା

mahabharatanews