ଓଡିଶା

ଜୁଲାଇ ୧ରୁ ସମସ୍ତ ସରକାରୀ କର୍ମଚାରୀଙ୍କୁ ଅଫିସ ଆସିବାକୁ ହେବ

ଭୁବନେଶ୍ୱର: ରାଜ୍ୟ ରାଜଧାନୀର ସମସ୍ତ ସରକାରୀ ଅଫିସ୍ ଜୁଲାଇ ୧ରୁ ସଂପୂର୍ଣ୍ଣ କାର୍ୟ୍ୟକ୍ଷମ ହେବ। ତେବେ ଅଫିସ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପୂର୍ବରୁ ସମସ୍ତ କର୍ମଚାରୀଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜିବ ଚୋପ୍ରା । ଭୁବନେଶ୍ୱରର ସମସ୍ତ ସରକାରୀ କର୍ମଚାରୀଙ୍କ ପ।।ଇଁ ଡବଲ ଡୋଜ ଟିକା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ଯେଉଁ କର୍ମଚାରୀ ଟୀକାର ୨ଟି ଡୋଜ ନେଇ ନ ଥିବେ ସେମାନେ ଅଫିସ ଆସିପାରିବେ ନାହିଁ ଓ ସେମାନଙ୍କ ଅନୁପସ୍ଥିତିକୁ ଉଦ୍ଦେଶ୍ୟମୂଳକ ଛୁଟି ଭାବେ ବିବେଚନା କରାଯିବ। ଏନେଇ ସବୁ ବିଭାଗକୁ ଅତିରିକ୍ତ ଚିଠି ହୋଇଛି ।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଏହି ନିର୍ଦ୍ଦେଶନାମା ପଠାଯାଇଛି । ଶ୍ରୀ ଚୋପ୍ରା ଉଲ୍ଲେଖ କରିଛନ୍ତି ଯେ ଜୁନ୍ ୧୦ରୁ ୨୦ତାରିଖ ପର୍ୟ୍ୟନ୍ତ ଭୁବନେଶ୍ୱରରେ ଥିବା ସମସ୍ତ ବିଭାଗ, ସବଅର୍ଡିନେଟ୍ ଅଫିସ୍, ସରକାରୀ ଉଦ୍ୟୋଗ ଓ ନିଗମର କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ହୋଇଛି। ପ୍ରାୟ ୬ହଜାର କର୍ମଚାରୀଙ୍କୁ ପ୍ରଥମ ଡୋଜ୍ ଟିକା ଦିଆସରିଛି। ଦ୍ୱିତୀୟ ଡୋଜ୍ ଟିକା ଅଭିଯାନ ଗତକାଲି ଅର୍ଥାତ୍ ଜୁନ୍ ୧୭ରୁ ଜାରି ରହିଛି । କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଟିକାକରଣ ସୁନିଶ୍ଚିତ କରାଇବାକୁ ପରାମର୍ଶ ଦିଆଯାଇଛି।
ତେଣୁ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ ବିଭାଗ, ସବଅଡିନେଟ୍ ଅଫିସ ଓ ସରକାରୀ ଉଦ୍ୟୋଗ/ନିଗମର ସମସ୍ତ କର୍ମଚାରୀ ନିଶ୍ଚିତ ଭାବେ ଡବଲ ଡୋଜ୍ ଟିକା ନେବେ ଓ ଜୁଲାଇ ପହିଲାରୁ ନିୟମିତ ଅଫିସ ଆସିବେ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ଯେଉଁ କର୍ମଚାରୀ ଯଦି ସ୍ୱାସ୍ଥ୍ୟଗତ କାରଣରୁ ହେଉ ଅବା ଅନ୍ୟ କୌଣସି କାରଣରୁ ଟିକା ନେଇନଥିବେ ତା’ହେଲେ ସେ ନିଜର ବିଭାଗୀୟ ମୁଖ୍ୟ ଅବା ସଂସ୍ଥା ମୁଖ୍ୟଙ୍କୁ ଅବଗତ କରିବେ । । ଯେଉଁ କର୍ମଚାରୀ ଟିକା ନେଇନଥିବେ ଓ ବିଭାଗୀୟ ମୁଖ୍ୟଙ୍କ ଠାରୁ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଅନୁପସ୍ଥିତିର ଅନୁମତି ପାଇ ନ ଥିଲେ ସେମାନଙ୍କ ଅନୁପସ୍ଥିତିକୁ ଉଦ୍ଦେଶ୍ୟମୂଳକ ଛୁଟି ଭାବେ ବିବେଚନା କରାଯିବ ବୋଲି ଶ୍ରୀ ଚୋପ୍ରା କହିଛନ୍ତି ।

 

Related posts

ଟ୍ରାକ୍ଟର ଓଲଟି ୨ ମୃତ, ୧ ଗୁରୁତର

mahabharatanews

୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ

mahabharatanews

ଘୁଞ୍ଚିଲା ମାହାଙ୍ଗା ଡବଲ ମର୍ଡର ଶୁଣାଣି

mahabharatanews