ଓଡିଶା

ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ

ଭୁବନେଶ୍ୱର: କୋଭିଡ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ସୁସ୍ଥ ହେଉଛନ୍ତି। ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଥିବା ନେଇ ଏମ୍ସର ସୁପରିଟେଣ୍ଡେଣ୍ଟ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଉଛନ୍ତି।
ଡାକ୍ତର ମହାନ୍ତି କହିଛନ୍ତି, ଏବେ ପ୍ରଦୀପ୍ତ ନାୟକ ସୁସ୍ଥ ହେଉଛନ୍ତି । ୧୫ ଦିନ ହେବ ତାଙ୍କ କରେ।।ନା ରିପୋର୍ଟ ନେଗେଟିଭ ରହିଛି । ତେବେ ଦୁର୍ବଳତା ତଥା ଅନ୍ୟାନ୍ୟ ସମସ୍ୟାରୁ ସେ ମୁକୁଳିଛନ୍ତି । ବର୍ତ୍ତମାନ ସେ ଚଲାବୁଲା ମଧ୍ୟ କଲେଣି । ତାଙ୍କୁ ସେମି ଲିକୁଇଡ ଖାଦ୍ୟ ମଧ୍ୟ ଦିଆଯାଉଛି । ଏବେ ନାୟକଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଛି । ସ୍ୱାସ୍ଥ୍ୟରେ ଏହିପରି ଉନ୍ନତି ଜାରି ରହିଲେ ଖୁବ ଶୀଘ୍ର ତାଙ୍କୁ ଡିସ୍ଚାର୍ଜ କରାଯାଇ ପାରିବ ବୋଲି ଡାକ୍ତର ମହାନ୍ତି କହିଛନ୍ତି ।
ଏପ୍ରିଲ ମାସେ ୧୯ ତାରିଖରେ ପ୍ରଦୀପ୍ତ କୋଭିଡରେ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏପ୍ରିଲ ୨୦ରେ ଭୁବନେଶ୍ୱର ଏମ୍ସରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏହାପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପ୍ରଦୀପ୍ତଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ପ୍ରଦୀପ୍ତଙ୍କ ଚିକିତ୍ସାରେ ଏମ୍ସର ୨ ଜଣ ଡାକ୍ତର ଓ ରାଜ୍ୟ ସରକାରଙ୍କ ୨ ଜଣ ଡାକ୍ତରଙ୍କୁ ନେଇ ଗଠିତ ଟିମ ନିୟୋଜିତ ଥିଲେ ।

 

Related posts

ବଡ଼ ଦାଣ୍ଡରେ ପ୍ରବଳ ଭିଡ଼, ଅସାଧୁ ବ୍ୟବସାୟୀଙ୍କ ଉତ୍ପାତ

mahabharatanews

ଆଜିଠୁ ଆରମ୍ଭ ରଥ ନିର୍ମାଣ କାମ

mahabharatanews

ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ନେଲେ ଶପଥ

mahabharatanews