ଓଡିଶା

ଖାଦ୍ୟ ପାର୍ସଲ ଆଳରେ ଦୁଷ୍କର୍ମ

ଭୁବନେଶ୍ୱର : ଖାଦ୍ୟ ପାର୍ସଲ ଦେଲେ ଆଉ ନିଜର କାମାଶକ୍ତ ମନକୁ ଚରିତାର୍ଥ କରିବାକୁ ମହିଳା ଡାକ୍ତରଙ୍କ ସହ ଭିଆଇଲେ ଅମାନୁଷିକ କାଣ୍ଡ । ଏପରି ଏକ ଅଭାବନିୟ ଘଟଣା ଦେଖିବାକୁ ମିିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ । ସୂଚନା ଅନୂଯାୟି ଛେଣ୍ଡିପଦା ଅଞ୍ଚଳରେ ଜଣେ ମହିଳା ଡାକ୍ତର ମେଡିକାଲ କ୍ୱାଟରରେ ନିଜ ୨ ଭାଇଙ୍କ ସହ ରହୁଥିଲେ । ସୋମ ବାର ରାତ୍ରି ସମୟରେ ଛେଣ୍ଡିପଦା ଅଞ୍ଚଳର ଏକ ହୋଟେଲ ମାଲିକଙ୍କ ପୁଅ ମହିଳା ଡାକ୍ତରଙ୍କ ସରକାରୀ ବାସଭବନକୁ ଖାଇବା ପାର୍ସଲ ଦେବାକୁ ଯାଇଥିଲେ। ସେତେବେଳେ ମହିଳା ଡାକ୍ତରଜଣକ ଏକୁଟିଆ ଥିଲେ।ଏହାର ସୁଯୋଗ ନେଇ ଯୁବକ ଜଣକ ମହିଳା ଡାକ୍ତରଙ୍କୁ ଅସାଦାଚରଣ କରିିଥିଲେ । ମହିଳା ଡାକ୍ତର ଜଣକ ଏହାର ପ୍ରତିବାଦ କରିବାରୁ ଯୁବକ ଜଣକ ଘର ଭିତରକୁ ଧସେଇ ପଶିବା ସହ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ କରିଥିଲେ । ପରେ ମହିଳା ଡାକ୍ତରଙ୍କ ୨ ଭାଇ ପହଂଚିବାରୁ ସେଠାରୁ ଚମ୍ପଟ ମାରିଥିଲେ ସମ୍ପୃକ୍ତ ହୋଟେଲ ମାଲିକ ପୁଅ । ଏନେଇ ମହିଳା ଡାକ୍ତରଜଣକ ଗତକାଲି ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ପୁଲିସ୍ ସମ୍ପୃକ୍ତ ହୋଟେଲ ମାଲିକଙ୍କ ପୁଅକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଥିବା ଅନୁଗୋଳ ଏସ୍ପି ସୂଚନା ଦେଇଛନ୍ତି।

 

Related posts

ଫାଇନାନ୍ସ କମ୍ପାନୀରେ ସଶସ୍ତ୍ର ଡକାୟତି

mahabharatanews

କୋଟିଆବାସୀଙ୍କ ଭରସା ହରାଇବା ଦୁର୍ଭାଗ୍ୟପୂର୍ଣ୍ଣ ନୁହେଁ କି?

mahabharatanews

ହେଲପିଙ୍ଗ ହ୍ୟାଣ୍ଡର ଦ୍ୱାରା ମୁମୂର୍ଷୁ ଅବସ୍ଥାରେ ବୃଦ୍ଧ ଉଦ୍ଧାର

mahabharatanews