ଓଡିଶା

ସର୍ବପୁରାତନ ରେଭେନ୍ସା କଲେଜିଏଟ ସ୍କୁଲ ହେବ ଐତିହ୍ୟ ସ୍କୁଲ

କଟକ: ରେଭେନ୍ସା କଲେଜିଏଟ ସ୍କୁଲକୁ ଐତିହ୍ୟ ସ୍କୁଲ ଭାବେ ବିକଶିତ କରାଯିବ । ଏହି ସ୍କୁଲଟି ରାଜ୍ୟର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ । ସାରାରାଜ୍ୟରେ ଶିକ୍ଷାକ୍ଷେତ୍ରରେ ସ୍କୁଲର ବେଶ ସୁନାମ ରହିଛି । ତେଣୁ ସ୍କୁଲକୁ ଐତିହ୍ୟ ସ୍କୁଲ କରିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏନେଇ କଟକରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ ଓ ରାଜ୍ୟସଭା ସଦସ୍ୟ ପ୍ରଶାନ୍ତ ନନ୍ଦ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ସତ୍ୟବ୍ରତ ସାହୁ, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଯୋଗ ଦେଇଥିଲେ । ଏହି ସ୍କୁଲର ବହୁ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ନିଜ ଦକ୍ଷତା ପ୍ରତିପାଦନ କରି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ।

 

Related posts

୧୬ ହଜାର କଫ୍ ସିରପ୍ ବୋତଲ ଜବତ

mahabharatanews

ମହା ଆଡମ୍ବରରେ ପାଳନ ହେଲା ପର୍ତ୍ତମାହା ମା ମେରୀଙ୍କ ପର୍ବ

mahabharatanews

ବଜ୍ରପାତରେ ରାଜ୍ୟରେ ୧୦ ଜଣଙ୍କ ମୃତ୍ୟୁ

mahabharatanews