Uncategorized

ଋଷ ଆକାଶରୁ ବିମାନ ନିଖୋଜ

ମସ୍କୋ: ଋଷ ଆକାଶରୁ ଏକ ବିମାନ ନିଖୋଜ ହୋଇଯାଇଛି । ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି । ବିମାନଟି ଏକ ଯାତ୍ରୀବାହୀ ବିମାନ ଥିଲା ଓ ଏଥିରେ ୨୮ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ବିମାନ ନିଖୋଜ ହେବା ପରଠାରୁ ନ।। ମିଳୁଛି ବିମାନର ପତ୍ତା ନାହିଁ ଯାତ୍ରୀଙ୍କର । ଋଷର ଫାର ଇଷ୍ଟକ୍ଷେତ୍ରରେ ବିମାନ ମଝି ଆକାଶରୁ ନିଖୋଜ ହୋଇଯାଇଛି । ବିମାନକୁ ଠାବ କରିବା କୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।
ରୁଷିଆନ ଏଏନ୍-୨୬ ବିମାନଟି ୨୮ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିଲା । ବିମାନଟି କାମଛତକା ପାହାଡ଼ିଆ ଅଞ୍ଚଳ ଉପରେ ଉଡିବା ବେଳେ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ବିମାନଟି ଅବତରଣ ପାଇଁ ଚେଷ୍ଟା କରୁଥିବା ବେଳେ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏବେ ବିମାନଟି କେଉଁଠି ରହିଛି ଓ ଏହା ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଛି କି ନାହିଁ, ତା’ର ଯାଞ୍ଚ କରାଯାଉଛି।
ଦୁଇ ଦିନ ତଳେ ଫିଲିପାଇନ୍ସର ଗୋଟିଏ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୪୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୯ ଜଣ ଆହତ ହୋଇଥିଲେ।

Related posts

ଇଟାଲୀ, ଦକ୍ଷିଣ କୋରିଆକୁ ଏୟାର ଇଣ୍ଡିଆ ବିମାନ ଉଡାଣ ବନ୍ଦ

mahabharatanews

ଅକ୍ସିଜେନ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୫ ଜଣଙ୍କ ମୃତ୍ୟୁ, ୧୦ ଗୁରୁତର

mahabharatanews

ଝାଡଖଣ୍ଡର ପଶ୍ଚିମ ସିଂହଭୂମିରେ ଆଇଇଡି ବିସ୍ଫୋରଣ: ୨ ଯବାନ ସହିଦ

mahabharatanews