ଓଡିଶା

ଆଉ ଏକ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ଉଦ୍ଘାଟିତ

ଭୁବନେଶ୍ବର: ସ୍ମାର୍ଟ ସିଟି ଭୁବନେଶ୍ୱରକୁ ଅଳିଆ ମୁକ୍ତ ସହର କରିବାକୁ ବିଏମସିର ପ୍ରୟାସ । ବିଏମସି ଅଧୀନ ସବୁ ଘରୁ ଗାଡି ବୁଲି ଓଦା ଓ ଶୁଖିଲା ଅଳିଆ ସଂଗ୍ରହ କରୁଛି । ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ଜରିଆରେ ପୃଥକୀକରଣ ଓ ପ୍ରକ୍ରିୟା କରଣ କରାଯାଇ ସେଥିରୁ ମୋ ଖତ ପ୍ରସ୍ତୁତ କରାଯାଉଛି। ବିଏମସିର ଅଳିଆ ମୁକ୍ତ ସହର ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବାକୁ ବିଏମସି ଅଞ୍ଚଳରେ ମୋଟ ୪୩ଟି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ବା ଏମ୍ସିସି ସ୍ଥାପନ କରାଯାଉଛି । ଏଥିରୁ ୨୦ଟି କାର୍ଯ୍ୟକ୍ଷମ ଥିବା ବେଳେ ଆଉ ୨୩ଟି ଖୁବ ଶୀଘ୍ର କାର୍ଯ୍ୟହେବ ହେବାକୁ ଯାଉଛି । ଏକାମ୍ର ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ୩ଟି ଓ୍ଵାର୍ଡ ପାଇଁ ସୁନ୍ଦରପଦା ଛକରେ ଗୋଟିଏ ଏମ୍ସିସିକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିଛନ୍ତି।

 

Related posts

ବୃଦ୍ଧି ପାଉଛି ଡେଙ୍ଗୁ ଆତଙ୍କ: କଟକରେ ୧୩ ରୋଗୀ ଚିନ୍ହଟ 

mahabharatanews

ଆଜି କଟକ ଚଣ୍ଡୀଙ୍କ ଦର୍ଶନ କରିବେ ମହାମହିମ

mahabharatanews

ବର୍ଷା ସମ୍ଭାବନା ; ୧୮ଜିଲ୍ଲାରେ ଓ୍ଵାର୍ଣ୍ଣିଂ ଜାରି

mahabharatanews