ଓଡିଶା

ଓଡିଶା ପାଇଁ ଲଘୁଚାପର ଭୟ

ଭୁବନେଶ୍ୱର(ମହାଭାରତ): ଲଘୁଚାପରେ ପରିଣତ ହୋଇଛି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ସାଇକ୍ଲୋନିକ ସର୍କୁଲେସନ । ଏ ନେଇ ଭାରତୀୟ ପାଣିପାଗ ସୂଚନା ଦେଇଛନ୍ତି । ଏହା ପ୍ରଭାବରେ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହି ସମୟରେ ପବନର ବେଗ ବଢି ୪୦ ରୁ ୫୦ କିଲୋମିଟରକୁ ବୃଦ୍ଧି ପାଇବ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ଏଥିସହ ଲଘୁଚାପ ପ୍ରଭାବରେ ଆଗାମୀ କିଛି ଦିନ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।
ଏହାପରେ ଏହି ଲଘୁଚାପ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଦେଇ ରାଜସ୍ଥାନ ଆଡ଼କୁ ଗତି କରିବ ବୋଲି ରିପୋର୍ଟ ଦେଇଛି ଘରୋଇ ପାଣିପାଗ ବିଭାଗ ସ୍କାଏମେଟ । ତେବେ ୨୭ ତାରିଖ ସୁଦ୍ଧା ରାଜସ୍ଥାନ ପହଞ୍ଚିବା ବେଳକୁ ଏହି ଲଘୁଚାପ ଦୁର୍ବଳ ହୋଇଯିବ । ଅନ୍ୟପକ୍ଷରେ ୨୭ ତାରିଖରେ ପୁଣି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Related posts

ଝାରସୁଗୁଡ଼ା ଉପନିର୍ବାଚନ ମଇଦାନରେ ଲଢ଼ିବେ ୯ ଜଣ ପ୍ରାର୍ଥୀ

mahabharatanews

ତ୍ରିରଙ୍ଗା ସ୍ୱେଚ୍ଛାସେବି ଅନୁଷ୍ଠାନ ପକ୍ଷରୁ ଧର୍ମଶାଳା ଥାନା ଅଧିକାରୀଙ୍କୁ ସମ୍ମାନିତ

mahabharatanews

ଶ୍ରାବଣ ମାସରେ ବି ରାଜ୍ୟରେ ୧୧ଟି ସହରରେ ୩୫ ଡିଗ୍ରୀରୁ ଅଧିକ ତାପାମତ୍ରା

mahabharatanews