ଅପରାଧ

ମାଙ୍କୁ ହତ୍ୟା କଲେ ଦୁଇ ଭଉଣୀ

(ରିପୋଟର୍ସ ଟୁଡେ) ; ନିଜ ମାକୁ ହତ୍ୟା କଲେ । ଶବ ପାଖରେ ବସି କଣ୍ଢେଇ ଧରି ଖେଳିଲେ । ଏମିତି ଏକ ସ୍ତବ୍ଧ କଲା ଭଳିøା ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ତିରୁନେଲଭେଲି ଜିଲ୍ଲାରେ । ଦୁଇ ଜଣ ଭଉଣୀ ସେମାନଙ୍କ ମା’ଙ୍କୁ କାଠ ଫାଳିଆ ଓ ଛୁରୀ ଭୁସି ହତ୍ୟା କରିଛନ୍ତି। ଏହାପରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ମା’ଙ୍କ ଶବ ନିକଟରେ କଣ୍ଢେଇ ଧରି ଖେଳୁଥିବା ଦେଖିବାକୁ ମିଳିଛି।ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ ମୃତ ମହିଳା ଜଣଙ୍କ ହେଉଛ ଉଷା ଦେବୀ। ସେ ତାଙ୍କର ଦୁଇ ଝିଅଙ୍କ ସହ କେଟିସି ନଗରରେ ରହୁଥିଲେ। ଦୁଇ ଝିଅଙ୍କ ବୟସ ପ୍ରାୟ ୨୦ ବର୍ଷ ହେବ। ସ୍ୱାମୀ ଉଷାଙ୍କୁ ଛାଡ଼ି ଦେବାରୁ ସେ ଏଠାରେ ରହୁଥିଲେ। ଉଷା ଛୋଟ ପିଲାଙ୍କୁ ପାଠପଢ଼ାଇ ଯାହା ବି ରୋଜଗାର କରୁଥିଲେ, ସେଥିରେ ପରିବାର ଚଳୁଥିଲା।ମଙ୍ଗଳବାର ପଡ଼ୋଶୀମାନେ ଉଷା ସକାଳୁ ଘରୁ ନ ବାହାରିବାରୁ ଅଘଟଣର ଆଶଙ୍କା କରିଥିଲେ। ସେହିପରି ଘରର ଝରକା ମଧ୍ୟ ବନ୍ଦ ରହିଥିଲା। ସେମାନେ ଏକଥା ଜାଣିବା ପାଇଁ ଘର ପାଖକୁ ଯାଇଥିଲେ। ଏହି ସମୟରେ ଉଷାଙ୍କ ଜଣେ ଝିଅ ବାହାରକୁ ଆସିବା ସହ ମା’ ମରି ଯାଇଥିବା ବେଶ ସହଜରେ କହିଥିଲା।ପଡ଼ୋଶୀମାନେ ଖବର ଜାଣିବା ପରେ ତୁରନ୍ତ ନେଲ୍ଲାଇ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘର ପାଖରେ ପହଞ୍ଚିଥିଲେ ହେଁ ଉଷାଙ୍କ ଦୁଇ ଝିଅ କବାଟ ଖୋଲି ନଥିଲେ। ଦୀର୍ଘ ସମୟ ବୁଝାସୁଝା ପରେ ସେମାନେ କବାଟ ଖୋଲିଥିଲେ। ପୁଲିସ୍ ପୂରା ଘଟଣା ଦେଖି ସ୍ତବ୍ଧ ହୋଇ ଯାଇଥିଲା।ଉଷାଙ୍କ ରକ୍ତଭିଜା ଶବ ବେଡ୍ରେ ପଡ଼ିଥିବା ବେଳେ ଘରର ସାରା ରକ୍ତର ଛିଟା ପଡ଼ିଥିଲା। ଏହି ବେଡ୍ ନିକଟରେ ଦୁଇ ଝିଅ ବସିବା ସହ କଣ୍ଢେଇ ଧରି ଖେଳୁଥିବା ପୁଲିସ୍ ଜାଣିବାକୁ ପାଇଥିଲା।ପୁଲିସ୍ ଘଟଣା ସମ୍ପର୍କରେ ଦୁଇ ଝିଅଙ୍କୁ ପଚାରିଥିଲେ ହେଁ ସେମାନେ କିଛି ବି କହି ନଥିଲେ। ତେବେ ପୁଲିସ୍ ଉଭୟଙ୍କୁ ବର୍ଗର ଖାଇବାକୁ ଦେବ ବୋଲି କହିବାରୁ ସେମାନେ ଗାଡ଼ିରେ ବସିବାକୁ ରାଜି ହୋଇଥିଲେ। ପୁଲିସ୍ ଦୁଇ ଭଉଣୀଙ୍କ ମେଡିକାଲ ଟେଷ୍ଟ କରିଛି। ମା’ଙ୍କ ମୃତ୍ୟୁ ସେମାନଙ୍କ ଉପରେ କୌଣସି ପ୍ରଭାବ ପକାଇ ନାହିଁ। ସେମାନେ ମାନସିକ ରୋଗୀ। ଏହି କାରଣରୁ ମନୋବିଜ୍ଞାନୀଙ୍କ ଦ୍ୱାରା ତାଙ୍କର ଚିକିତ୍ସା କରାଯିବା ପରେ ପୁଲିସ୍ ବୟାନ ରେକର୍ଡ କରିଛି। ଦୁଇ ଜଣଙ୍କ ମଧ୍ୟରୁ ଜଣେ ମା’ଙ୍କୁ ହତ୍ୟା କରିଥିବା ପୁଲିସ୍ ଆଗରେ ସ୍ୱୀକାର କରିଛି।

Related posts

ଅପରେସନ ହ୍ୱାଇଟ ସ୍ପାଇଡର: ୩ ଗିରଫ

mahabharatanews

ନକ୍ସଲଙ୍କ ଚ୍ୟାଲେଞ୍ଜ: ଠିକାଦାରଙ୍କୁ ହତ୍ୟା, ବାହନ ପୋଡି

mahabharatanews

ସାମାନ୍ୟ ବଚସାକୁ ନେଇ ୨ ଯୁବକଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ, ୧ ମୃତ

mahabharatanews