ଓଡିଶା

ଡେଙ୍ଗୁ ପାଇଁ ସତର୍କତା ଅବଲମ୍ବନ କରିବାକୁ ବିଏମ୍ସିର ପରାମର୍ଶ

ଭୁବନେଶ୍ୱର: ବିଗତ କିଛି ଦିନ ଧରି ଭୁବନେଶ୍ୱରର କେତେକ ସ୍ଥାନରେ ଡ଼େଙ୍ଗୁ ବ୍ୟାପିବା ଦେଖାଦେଇଛି । ଏହା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ । ଡ଼େଙ୍ଗୁ ବ୍ୟାପିବାରେ ବାହକ ରୂପେ ରହିଥିବା ମଶା ସାଧାରଣତଃ ସ୍ଥିର ସଫା ପାଣିରେ ଅଣ୍ଡା ଦେଇ ବଂଶ ବିସ୍ତାର କରିଥାନ୍ତି । ସମାଜରେ ସମସ୍ତ ବର୍ଗ ଏଥିପାଇଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ, ଏହା ମଧ୍ୟ ଏକ ସାମୁହିକ ଦାୟିତ୍ୱ । ତେଣୁ ସାମୂହିକ ଭାବେ ସମସ୍ତ ନାଗରିକ ନିଜ ନିଜ ସ୍ଥାନରେ ମଶା ଅଣ୍ଡା ଦେବା ଭଳି ପରିବେଶକୁ ନଷ୍ଟ କରିବା, ପାଣି ପାତ୍ର ବା ସ୍ଥିର ପାଣି ଇତ୍ୟାଦି ଜମିବାକୁ ନଦେବା ଜନିତ କାର୍ଯ୍ୟକ୍ରମ ଆପଣାନ୍ତୁ ବୋଲି ବିଏମ୍ସି କମିଶନର ସଞ୍ଜୟ ସିଂ କହିଛନ୍ତି ।
ଡେଙ୍ଗୁ ନ ବ୍ୟାପିବା ପାଇଁ ସର୍ବସାଧାରଣ ପାର୍କଗୁଡ଼ିକରେ ଥିବା ବିଭିନ୍ନ ପାତ୍ର, ଡ଼ଷ୍ଟବିନ୍, ବସିବା ସ୍ଥାନ, ଛୋଟ ଖାଲ, ସିଟ ଖେଳ ସ୍ଥାନ, ପିଲାଙ୍କ ଖସଡ଼ା ଖେଳର ପଡ଼ିବା ସ୍ଥାନ ଇତ୍ୟାଦିକୁ ଭଲଭାବେ ନିରିଖି ସେଠାରେ ଯେପରି ପାଣି ଜମୁନାହିଁ ତାହା ନିଶ୍ଚିତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସରକାରୀ କାର୍ଯ୍ୟାଳୟର ମୁଖ୍ୟ ମାନେ ନିଜ ନିଜର କାର୍ଯ୍ୟାଳୟ ପ୍ରାଙ୍ଗଣରେ କୌଣସି ପ୍ରକାର ପାଣି ଜମି ରହୁନାହିଁ, ଛାତ ଉପର, ଝରକା ପାଖ ଇତ୍ୟାଦି ତନଖି ଦେଖିବା ସହିତ ତାହା ନିଶ୍ଚିତ କରିବାକୁ କହିଛନ୍ତି । ଅନୁରୂପ ଭାବେ ସମସ୍ତ ଶିକ୍ଷାନୁଷ୍ଠାନ ନିଜ ନିଜ ଅନୁଷ୍ଠାନ ଏହି ଦିଗରେ ପଦକ୍ଷେପ ନେବାକୁ ସିଂହ ପରାମର୍ଶ ଦେଇଛନ୍ତି ।
କାରଖାନା ଏବଂ ଶିଳ୍ପାଞ୍ଚଳରେ ରୋଗର ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ନିଜ ପ୍ରାଙ୍ଗଣର ସମସ୍ତ ସ୍ଥାନ ପରୀକ୍ଷଣ କରିବାକୁ କୁହାଯାଇଛି । ସେହିପରି ଥାନା ପରିସରରେ ସିଜ୍ ଗାଡିରେ ଯେମିତି ପାଣି ନ ଜମେ ତାକୁ ଦୃଷ୍ଟି ଦେବାକୁ କହିଛନ୍ତି । ଏଥି ସହିତ ଗାଡ଼ି ସଜଡ଼ା ହେଉଥିବା ସ୍ଥାନ କିମ୍ବା ଗ୍ୟାରେଜ୍/ଟ୍ୟୁବ୍, ଟାୟାର୍ ମରାମତି ଇତ୍ୟାଦି ସ୍ଥାନରେ ବର୍ଷାପାଣି ଜମି ରହିବାର ଅନେକ ସମ୍ଭାବନା ରହିଛି । ସେଠାରେ ନିୟମିତ ପାଣି ଜମା ସ୍ଥାନର ଚିହ୍ନଟ କରି ସେଠାରେ କିପରି ପାଣି ଜମିବ ନାହିଁ ତାହାର ତୁରନ୍ତ ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Related posts

୩୫ ପ୍ରତିଶତ ଶସ୍ତା ହେଲା ମଦ

mahabharatanews

ପୋଲିସ ବାବୁଙ୍କ ସୁପର ଫିଟନେସ

mahabharatanews

୧୬ କୋଟି ମାସ୍କ ବାଣ୍ଟିଲା ଜଗନ ସରକାର

mahabharatanews