Uncategorized

ଷ୍ଟେସନରେ ତିଆରି ହେଲା ଏ.ପି.ଜେ.ଅବଦୁଲ କଲାମଙ୍କ ପ୍ରତିମା

(ଭୁବନେଶ୍ୱର) ; ପୂର୍ବତନ ରାଷ୍ଟ୍ରପତି ଡା.ଏ.ପି.ଜେ ଅବଦୁଲ କଲାମଙ୍କୁ ଭାରତୀୟ ରେଳର ଶ୍ରଦ୍ଧାଞଳି । ଷ୍ଟେସନରେ ସ୍ଥାପିତ ଏହି ମୂର୍ତ୍ତି ଏବେ ଏହା ପାଖ ଦେଇ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ଲାଗି ସମ୍ମାନର ଓ ଆଦରର ପ୍ରତୀକ ପାଲଟିଯାଇଛି। ଏହା ଛଡା ରେଳବାଇ କର୍ମଚାରୀଙ୍କ ଲାଗି ମଧ୍ୟ ପ୍ରତିମାଟି ଏବେ ଉତ୍ସାହ ବର୍ଦ୍ଧକ ସାବ୍ୟସ୍ତ ହୋଇଛି। ଏଠାରେ ଦକ୍ଷିଣ-ପଶ୍ଚିମ ରେଳବାଇ ଏହି ପ୍ରତିମାଟି ସ୍ଥାପନା କରିଛି। ଏହି ପ୍ରତିମାଟି ରେଳ ଟ୍ରାକ ମଧ୍ୟରେ ଖାଲି ସ୍ଥାନର ଉପଯୋଗ ପାଇଁ ନିର୍ମାଣ କରାଯାଇଛି। ଯାହା ଦରକାରରେ ଆସୁନଥିଲା। ମୂର୍ତ୍ତିଟି ଏବେ ଏହି ବାଟ ଦେଇ ଆତଯାତ କରୁଥିବା ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି।ତେବେ କଲାମଙ୍କ ପ୍ରତିମା ଟିର ଓଜନ ୮୦୦ କେଜି ହୋଇଥିବା ବେଳେ ଏହାର ଉଚ୍ଚତା ପ୍ରାୟ ୭.୮ ଫୁଟ। ଏହି ମୂର୍ତ୍ତି ନିର୍ମାଣ ଲାଗି ଯେଉଁ ସବୁ ସାମଗ୍ରୀ ଉପଯୋଗ ହୋଇଛି ଏଥିରେ ଅବ୍ୟବହୃତ ରେଳବାଇ ନଟ୍ ବୋଲ୍ଟ, ତାରର ରସି, ସାବୁନ କଣ୍ଟେନର ଓ ସ୍ପଞ୍ଜ ଟୁକୁରା ସବୁ ବ୍ୟବହାର କରାଯାଇଛି। ରେଳ ମନ୍ତ୍ରାଳୟ ଏହି ମୂର୍ତ୍ତିକୁ ଟ୍ୱିଟ୍ ହ୍ୟାଣ୍ଡଲରେ ମଧ୍ୟ ସେୟାର କରିଛନ୍ତି। ଏହି ମୂର୍ତ୍ତିକୁ ନିର୍ମାଣ କରିବା ଲାଗି ଯଶୋବନ୍ତପୁର କୋଟିଂ ଡିପୋର ମେକାନିକାଲ ଡିପାର୍ଟମେଣ୍ଟ ବିଭାଗଙ୍କ ଇଞ୍ଜିନିୟରମାନେ ୪୫ ଦିନ ଲାଗି ଏହି ମୂର୍ତ୍ତି ତିଆରିଛନ୍ତି।

Related posts

ଚଳଚ୍ଚିତ୍ର ଅନ୍ତଧ୍ୱର୍ନିକୁ ଢାକା ମହୋତ୍ସବରେ ୨ଟି ପୁରସ୍କାର ହାସଲ

mahabharatanews

ସିଏଏକୁ ନେଇ ବିହୁ ଫିକା

mahabharatanews

କରୋନା ସଂକ୍ରମଣ ନ ହେବା ପାଇଁ କିଛି ସତର୍କତା

mahabharatanews