ଓଡିଶା

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁୁ

(ରିପୋଟର୍ସ ଟୁଡେ) ; ବିଦ୍ୟୁୁତ ଆଘାତରେ ଯୁବକଙ୍କ ମୃତ୍ୟୁ । ମରାମତି କରିବାକୁ ଡାକିଥିବା ବ୍ୟକ୍ତିଙ୍କ ଘର ଆଗରେ ମୃତ ଦେହ ରଖି କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ । ସୂଚନା ଅନୁଯାୟି ଗତକାଲି ଅର୍ଥାତ ଶୁକ୍ରବାର ଅପରାହ୍ନରେ ବିଦ୍ୟୁତ୍ ଆଘାତ ଲାଗି ବାଳକାଟି ଦିପୋଟି ସାହିରେ ଜଣେ ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ମୃତ୍ୟୁ ହøାଇଥିଲା । ଜଣେ ବ୍ୟକ୍ତିଙ୍କ ଘରକୁ ସଂଯୋଗ ହୋଇଥିବା ତାର ମରାମତି ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା ।ଏହାକୁ ନେଇ ଆଜି ତାର ମରାମତି କରିବାକୁ ଡାକିଥିବା ବ୍ୟକ୍ତିଙ୍କ ଘର ଆଗରେ ଯୁବକଙ୍କ ମୃତ ଦେହ ରଖି କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ । ଶତାଧିକ ଗ୍ରାମବାସୀ ଉକ୍ତ ବ୍ୟକ୍ତିଙ୍କ ଘର ସାମ୍ନାରେ ରୁଣ୍ଡ ହେବା ସହ ହୋ -ହାଲ୍ଲା କରିଛନ୍ତି । ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହୋଇଛି । ଅନ୍ୟଥା କ୍ଷତିପୂରଣ ନ ମିଳିବା ପର୍ୟ୍ୟନ୍ତ ମୃତ ଦେହ ରଖି ଏପରି ବସି ରହିବେ ବୋଲି ଗ୍ରାମବାସୀ ରୋକ୍ ଠୋକ ଜଣାଇଛନ୍ତି । ଗ୍ରାମର ଜୈନ ମହାପାତ୍ର ନିଜର ବିଦ୍ୟୁତ୍ ତାର ମରାମତି କରିବା ପାଇଁ ଠିକା ବିଦ୍ୟୁତ୍ କର୍ମଚାରୀ ବିଷ୍ଣୁ ଚରଣ ରାଉତଙ୍କୁ ଡାକିଥିଲେ । ପରେ ତାର ମରାମତି କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ବିଷ୍ଣୁଙ୍କର ଜୀବନ ଯାଇଥିଲା ।ଫଳରେ ଗ୍ରାମରେ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି ।

 

Related posts

ଆଜିଠୁ ଐତିହାସିକ କଟକ ବାଲିଯାତ୍ରା 

mahabharatanews

ଅଜଣା ଗାଡି ଧକ୍କାରେ ଅଟୋ ଓଲଟି ଜଣେ ମୃତ

mahabharatanews

ଓଡ଼ିଶା ମିଲେଟ ମିସନକୁ ଗ୍ଲୋବାଲ ମଡେଲ୍‌ ପୁରସ୍କାର

mahabharatanews