Uncategorized

କାଲିଠାରୁ ଖୋଲିବ ଧର୍ମାନୁଷ୍ଠାନ

(ରିପୋଟର୍ସ ଟୁଡେ) ; ମହାମାରି କରୋନା ସାରା ବିଶ୍ୱରେ ତାର ତଣ୍ଡବ ଦେଖାଇ ସାରିଲାଣି । ବର୍ତ୍ତ ମାନ ପରିସ୍ଥିତିରେ ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ କରୋନା କଟକଣାକୁ ମଧ୍ୟ କୋହଳ କରୁଛନ୍ତି । ତେବେ ଆସନ୍ତା କାଲିଠାରୁ ସମସ୍ତ ଧର୍ମାନିଷ୍ଠାନ ଖୋଲିବା ନେଇ କର୍ଣ୍ଣାଟକା ସରକାର ଘୋଷଣା କରିଛନ୍ତି । କେବଳ ଧର୍ମାନୁଷ୍ଠାନ ନୁହେଁ, ବରଂ ପାର୍କଗୁଡ଼ିକ ମଧ୍ୟ କାଲି ଠାରୁ ଖୋଲିବ। କର୍ଣ୍ଣାଟକା ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ସେ କହିଛନ୍ତି ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର ଓ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ଆସନ୍ତକାଲି ଠାରୁ ଖୋଲିବ। ତେବେ ଏଠାକୁ ଆସୁଥିବା ଲୋକମାନେ ସଂକ୍ରମଣ ରୋକିବା ପାଇଁ ଜାରି କଟକଣାକୁ ପାଳନ କରିବାକୁ ବାଧ୍ୟ। ସାମାଜିକ ଦୂରତା ଠାରୁ ଆରମ୍ଭ କରି ସମସ୍ତେ ମାସ୍କ ପିନ୍ଧିବେ। ଏଥିପାଇଁ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଏସ୍ଓପି ଜାରି କରାଯିବ।

Related posts

୯୦ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଲିମ

mahabharatanews

ଲଗାଣ ବର୍ଷାରେ ବେହାଲ ରାଜଧାନୀ; ବୁଡ଼ିଲା OSRTC ବସ୍

mahabharatanews

ମହିଳା ଜନଗଣନାକାରୀଙ୍କୁ ଆକ୍ରମଣ

mahabharatanews