ଓଡିଶା

କରୋନା ସଂକଟ କାଳରେ ଦୁଇ ଅଧିକାରୀ ଭରସା

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇଏଏସସ୍ତରରେ ଏକ ଅଦଳବଦଳ କରିଛନ୍ତି । ଏଥିରେ ପ୍ରଶାସନିକସ୍ତରର ଦୁଇ ବରିଷ୍ଠ ଆଇଏଏସ ଅଫିସର ବିଶାଳ ଦେବ ଓ ଭିନିଲ କ୍ରିଷ୍ଣାଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି । କ୍ରିଡା ଓ ପର୍ଯ୍ୟଟନ ସଚିବ ବିଶାଳଦେବଙ୍କୁ ପ୍ରମୁଖ ସଚିବ ଅର୍ଥ ବିଭାଗର ଦାୟିତ୍ୱ ଦିଆଯାଇଥିବା ବେଳେ କ୍ରିଡା ଓ ଯୁବ ବ୍ୟାପାର ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣାଙ୍କୁ କ୍ରିଡା ଓ ଯୁବସେବା ସଚିବ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

ପୂର୍ବରୁ ଉଭୟ ବିଭିନ୍ନ କ୍ଷେତ୍ରରେ ନିଜ ଦକ୍ଷତା ପ୍ରତିପାଦନ କରି ସାରିଛନ୍ତି । ୧୯୯୬ ବ୍ୟାଚର ଆଇଏଏସ ବିଶାଳ ଦେବ ପୂର୍ବରୁ ଜିଲ୍ଲାପାଳ ବାଲେଶ୍ୱର, ମୁଖ୍ୟ ପରିଚାଳନା ଅଧିକାରୀ ତଥା ନିର୍ଦ୍ଦେଶକ ଓକାକ, ଇଡକୋ ପରିଚାଳନା ନିର୍ଦ୍ଦେଶକ, ଭୁବନେଶ୍ୱର ମୁନିସିପାଲ କମିଶନ, କ୍ରୀଡା ଓ ଯୁବ ବିଭାଗ ସଚିବ ଭାବେ କାର୍ଯ୍ୟ କରିଛନ୍ତି । କ୍ରୀଡା ସଚିବ ଭାବେ କାର୍ଯ୍ୟକରୁଥିବା ସମୟରେ ତାଙ୍କ ତଦାରଖରେ ରାଜ୍ୟ ହକି ୱାର୍ଲ୍ଡ କପ ସଫଳତା ହାସଲ କରିଥିଲା । ସେହିପରି ବିଶାଳଦେବ ଉପକୂଳ ଓଡିଶ।। ଦାୟିତ୍ୱରେ ଥିବା ବେଳେ ୟାସ ବାତ୍ୟାର ସୁପରିଚାଳନା କରିବାରେ ସକ୍ଷମ ହୋଇଥିଲେ । ତାଙ୍କ ଦକ୍ଷତାକୁ ଦୃଷ୍ଟିରେ ରଖି କରୋନା ମହାମାରୀ ମାଡରେ ରାଜ୍ୟ ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ତାଙ୍କୁ ଅର୍ଥ ବିଭାଗର ଦାୟିତ୍ୱ ଦିଆଯାଇଛି ।

ସେହିପରି ୨୦୦୫ ମସିହାର ଯୁବ ଆଇଏଏସ ଅଫିସର ଭିନିଲ କ୍ରିଷ୍ଣା ମଧ୍ୟ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିବା ସହ ଜଣେ ଲୋକପ୍ରିୟ ପ୍ରଶାସନିକ ଅଧିକାରୀଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି । ପ୍ରଶାସନିକ ସେବାରେ ଯୋଗଦେବାର ପ୍ରାରମ୍ଭ କାଳରୁ ହିଁ ସେ ଜନତାଙ୍କ ବିଶ୍ୱାସ ଭାଜନ ହୋଇଛନ୍ତି । ସେ ଜିଲ୍ଲାପାଳର ଦାୟିତ୍ୱ ହେଉ ଅଥବା ବିଭାଗୀୟ ସଚିବ, ତାଙ୍କ ଦକ୍ଷତା ପ।।ଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଗୁଡବୁକରେ ସ୍ଥାନ ପାଇଛନ୍ତି । କରୋନା ପରିଚାଳନା କ୍ଷେତ୍ରରେ ତାଙ୍କ କାର୍ଯ୍ୟ ଉଚ୍ଚପ୍ରଶଂସିତ ହୋଇଥିଲା ଓ ତାଙ୍କୁ ମୁଖ୍ୟମନ୍ତ୍ରୀ ନିଜର ଓଏସଡି ଭାବେ ନିଯୁକ୍ତ କରିଥିଲେ । ଏଥିସହ ସେ କ୍ରିଡା ଓ ଯୁବ ସେବା ସ୍ୱତନ୍ତ୍ର ସଚିବ କାଳରେ ବିଶାଳ ଦେବଙ୍କ ସହ ମିଳିତଭାବେ କାର୍ଯ୍ୟ କରି ସ୍ପୋନସରସିପ କାର୍ଯ୍ୟକ୍ରମକୁ ସଫଳ କରି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ହକି ବିଶ୍ୱକପ୍ର ମୁଖ୍ୟ ଆକର୍ଷଣ- ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କୁ ଭିନେଲଙ୍କ ଉଦ୍ୟମରେ ଓଡିଶାକୁ ନିମନ୍ତ୍ରଣ କରାଯାଇଥିଲା। ତେଣୁ ଆଜି ଏହି ମହାମାରୀ କାଳରେ କ୍ରିଡା ଓ ଯୁବ ବିଭାଗକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ତାଙ୍କୁ ଯୁବ ଓ କ୍ରିଡା ବିଭାଗର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

Related posts

ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ

mahabharatanews

ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗର ପ୍ରଶିକ୍ଷଣ ଶିବିର

mahabharatanews

ମାଓବାଦୀ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ରୁଦ୍ଧାର କଲେ ଯବାନ

mahabharatanews