ଅପରାଧଓଡିଶା

କାମାସକ୍ତଙ୍କ ବର୍ବର କାଣ୍ଡ

(ଉଦଳା) ; କାମାନରେ ଅନ୍ଧହୋଇ ତିନି ଜଣ ବ୍ୟକ୍ତି ଘଟାଇଛନ୍ତି ଅମାନୁଷିକ କାଣ୍ଡ । ଜଣେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଭିଡିଓ ଭାଇରାଲ କରିଦେଲେ । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଂଟା ଅଞ୍ଚଳରେ । ସୂଚନା ଅନୁଯାୟି ଖୁଂଟା ଥାନା ଡୁକୁରା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ସେହି ଗ୍ରାମର ତିନି ଜଣ ବ୍ୟକ୍ତି ଏକ ମନ୍ଦିର ପରିସରରେ ଥିବା ଭଙ୍ଗା ଘର ଭିତରେ ଦୁଷ୍କର୍ମ କରିବା ସହ ସେହି ଭିଡିଓ ଭାଇରାଲ କରିଥିଲେ । ଏହି ଭାଇରାଲ ଭିଡିଓ ଖୁଂଟା ପୋଲିସ୍ ହାତରେ ଲାଗିବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ଛାନଭିନ୍ କରିଥିଲା । ଏବଂ ତିନି ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗିରଫ ତିନି ଜଣ ହେଲେ ଡୁକୁରା ଅଂଚଳର ଦିଲ୍ଲୀପ ଚକ୍ର, ବୈରାଗୀ ମହାନ୍ତି ଏବଂ ବିଜୟ କୁମାର ସାହୁ ।ଏହି ତିନି ଜଣ ବ୍ୟକ୍ତି ମହିଳାଙ୍କୁ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଭିଡିଓ ସୁଟିଙ୍ଗ କରିଥିଲେ । ତେବେ ସେହି ଚତୁର୍ଥ ବ୍ୟକ୍ତି ଯିଏ କି ଭିଡିଓ ସୁଟିଙ୍ଗ କରିଥିଲେ ତାଙ୍କୁ ଖୋଜୁଛି ପୋଲିସ ।

 

Related posts

ବଢୁଛି ଡେଙ୍ଗୁ ଆତଙ୍କ: ୧୯୭  ପଜିଟିଭ ଚିହ୍ନଟ 

mahabharatanews

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

mahabharatanews

ବହୁ ପ୍ରତୀକ୍ଷିତ ପ୍ରକଳ୍ପକୁ ବୁଧବାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ 

mahabharatanews