ଅପରାଧଓଡିଶା

କାମାସକ୍ତଙ୍କ ବର୍ବର କାଣ୍ଡ

(ଉଦଳା) ; କାମାନରେ ଅନ୍ଧହୋଇ ତିନି ଜଣ ବ୍ୟକ୍ତି ଘଟାଇଛନ୍ତି ଅମାନୁଷିକ କାଣ୍ଡ । ଜଣେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଭିଡିଓ ଭାଇରାଲ କରିଦେଲେ । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଂଟା ଅଞ୍ଚଳରେ । ସୂଚନା ଅନୁଯାୟି ଖୁଂଟା ଥାନା ଡୁକୁରା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ସେହି ଗ୍ରାମର ତିନି ଜଣ ବ୍ୟକ୍ତି ଏକ ମନ୍ଦିର ପରିସରରେ ଥିବା ଭଙ୍ଗା ଘର ଭିତରେ ଦୁଷ୍କର୍ମ କରିବା ସହ ସେହି ଭିଡିଓ ଭାଇରାଲ କରିଥିଲେ । ଏହି ଭାଇରାଲ ଭିଡିଓ ଖୁଂଟା ପୋଲିସ୍ ହାତରେ ଲାଗିବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ଛାନଭିନ୍ କରିଥିଲା । ଏବଂ ତିନି ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗିରଫ ତିନି ଜଣ ହେଲେ ଡୁକୁରା ଅଂଚଳର ଦିଲ୍ଲୀପ ଚକ୍ର, ବୈରାଗୀ ମହାନ୍ତି ଏବଂ ବିଜୟ କୁମାର ସାହୁ ।ଏହି ତିନି ଜଣ ବ୍ୟକ୍ତି ମହିଳାଙ୍କୁ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଭିଡିଓ ସୁଟିଙ୍ଗ କରିଥିଲେ । ତେବେ ସେହି ଚତୁର୍ଥ ବ୍ୟକ୍ତି ଯିଏ କି ଭିଡିଓ ସୁଟିଙ୍ଗ କରିଥିଲେ ତାଙ୍କୁ ଖୋଜୁଛି ପୋଲିସ ।

 

Related posts

କାଳବୈଶାଖୀ ପ୍ରଭାବ : ୫ଦିନ ପ୍ରବଳ ଛେଚିବ ବର୍ଷା 

mahabharatanews

ମର୍ମନ୍ତୁଦ ଦୁର୍ଘଟଣା: ୧୦ ମୃତ, ୩୦ ଆହତ

mahabharatanews

ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା, ଆସନ୍ତାକାଲି ହେବ ଆଲୋଚନା 

mahabharatanews

Leave a Comment