ଓଡିଶା

ଆର୍ଡମିଟ କାର୍ଡ ନମିଳିବାରୁ ପରୀକ୍ଷା ଦେଇପାରିଲେ ନାହିଁ ଛାତ୍ର ଛାତ୍ରୀ

(ଭୁବନେଶ୍ୱର) ; ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ଚଳିିତ ବର୍ଷ ମାଟ୍ରିକ୍ଷା ଫଳରେ ଅସନ୍ତୋଷ ହୋଇଥିଲେ ଛାତ୍ର ଛାତ୍ରୀ । ଏହାକୁ ନଜରରେ ରଖି ଯେଉଁ ମାନେ ନିଜର ରେଜଲ୍ଟକୁ ନେଇ ସନ୍ତୁଷ୍ଟ ନାହାନ୍ତି ସେମାନେ ଅଫଲାଇନ ପରୀକ୍ଷା ଦେଇପାରିବେ ନେଇ ଘୋଷଣା କରିଥିଲେ ଶିକ୍ଷା ପରିଷଦ । ତେବେ ସେହି ଅନୁଯାୟି ଅଜି ଅଫଲାଇନ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । କିନ୍ତୁ ଅନେକ ଛାତ୍ର ଛାତ୍ରୀ ଆଡମିଟ୍ କାର୍ଡ ନପାଇ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ସେହିଭଳି କଟକରେ ମଧ୍ୟ ଆଡମିଟ୍ କାର୍ଡ ନପାଇ ୧୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ପରୀକ୍ଷାରୁ ବଞ୍ଚିତ ଛାତ୍ର ଛାତ୍ରୀ ମାନେ କଟକ କଲେଜ ଛକ ସରସ୍ବତୀ ଶିଶୁ ମନ୍ଦିର ଅଧିନରେ ପରୀକ୍ଷା ଦେଇଥାଆନ୍ତେ । ଛାତ୍ରଛାତ୍ରୀମାନେ ଫର୍ମ ଫିଲଅପ୍ କରିଥିଲେ । କିନ୍ତୁ କଲେଜ ଛକ ସରସ୍ବତୀ ଶିଶୁ ମନ୍ଦିର କର୍ତ୍ତୃପକ୍ଷ ସବୁ ତଥ୍ୟ ବୋର୍ଡକୁ ଦେଇନଥିବାରୁ ସେମାନଙ୍କ ଆଡମିଟ୍ କାର୍ଡ ମିଳିପାରିନଥିବା ଅଭିଯୋଗ ହୋଇଛି । ପରୀକ୍ଷା କେନ୍ଦ୍ର ନିକଟରେ ଆଡମିଟ୍ କାର୍ଡ ଦିଆଯିବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଥିଲେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଆଡମିଟ୍ କାର୍ଡ ମିଳିପାରିନାହିଁ।

Related posts

ପାଟଣା ସୁରକ୍ଷା କମିଟି ଆବାହାକ ୧୦ହଜାର ଶହେ ଟଙ୍କା ଦାନ କଲେ ରିଲିଫ ପାଣ୍ଠିକୁ

mahabharatanews

ମହିଳାଙ୍କୁ ମାଡ଼ ମାରି ଲୁଟି ନେଲେ ପାଞ୍ଚ ଲକ୍ଷ  ଟଙ୍କାର ସୁନା ଅଳଙ୍କାର…

mahabharatanews

ଏସଓପି ପାଳିନ ପୂର୍ବକ ଖୋଲିଲା ନବମ ଶ୍ରେଣୀ

mahabharatanews