ସମ୍ବଲପୁର : ସମ୍ବଲପୁର ଏସ୍ପିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ। ବିଜେପି ସଂଖ୍ୟାଲଘୁ ସେଲ୍ ଜିଲ୍ଲା ଉପସଭାପତି ମହମ୍ମଦ ଫାରୁକ୍ ଉତ୍ତରାଂଚଳ ଡିଆଇଜିଙ୍କ ନିକଟରେ ଏସ୍ପିଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କୁ ଏସପି ମିଥ୍ୟା ମାମଲାରେ ଫସାଇବା ସହିତ ଏସପିଙ୍କ ପ୍ରରୋଚନାରେ ତାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି।
ସମ୍ବଲପୁର ମୋତିଝରଣ ନିବାସୀ ମହମ୍ମଦ ଫାରୁକ୍ଙ୍କ ଅଭିଯୋଗ ଅନୁଯାୟୀ, ଜଣେ ବ୍ୟକ୍ତି ତାଙ୍କ ପାଖରେ କାମ କରିବାକୁ ଆସିବାରୁ ସେ ମନା କରି ଦେଇଥିଲେ। ସଂପୃକ୍ତ ବ୍ୟକ୍ତି ତାଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ। କିନ୍ତୁ ସେ ଟଙ୍କା ନଦେବାରୁ ଉକ୍ତବ୍ୟକ୍ତି ଜୋରଜବରଦସ୍ତି ଫାରୁକଙ୍କ ବାଇକ୍ ନେଇ ପଳାଇ ଯାଇଥିଲେ। ଏହାକୁ ନେଇ ଫାରୁକ ଗତ ୨୩ ଜୁଲାଇରେ ଧନୁପାଲି ଥାନାରେ ଅଭିଯୋଗ କରିଥିଲେ ଓ ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରିôଥଲେ।
ଏହି ଘଟଣା ପରେ ଫାରୁକଙ୍କୁ ଜଣେ ପୁଲିସ ଅଧିକାରୀ ଡାକିଥିଲେ । ଥାନାକୁ ଯିବା ପରେ ତାଙ୍କ ପୁଲିସ ଗାଡ଼ିରେ ଜବରଦସ୍ତ ବସାଇବାକୁ ଚେଷ୍ଟା କରାଯାଇଥିଲା । କାରଣ ପଚାରିବାରୁ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ମାଡ଼ପିଟ କରିଥିଲେ ଜଣେ ଏଏସଆଇ। ଏହାର କିଛି ସମୟ ପରେ ସେଠାରେ ଏସ୍ପି ପହଂଚି ତାଙ୍କୁ ଗୋରୁଚାଲାଣ ଓ ଗୋହତ୍ୟା ମାମଲାରେ ସଂପୃକ୍ତ ଥିବା କହିବା ସହିତ ଗାଳିଗୁଲଜ କରିଥିଲେ। ଗୋହତ୍ୟା ମାମଲାରେ ସଂପୃକ୍ତ ନିଜ ବିରୋଧୀ ଲୋକଙ୍କ ବିଷୟରେ ଜୟ ନାରାୟଣ ମିଶ୍ର ଓ ଗିରିଶ ପଟେଲଙ୍କୁ ସୂଚନା ଦେଉଥିବା କହି ଗାଳିଗୁଲୁଜ କରିବା ସହିତ ସେମାନଙ୍କ ବିରୋଧରେ ବୟାନ ଦେବାକୁ ଏସ୍ପି ପ୍ରବର୍ତ୍ତାଇ ଥିଲେ । ଶୋଷ ଲାଗିଥିଲେ ମଧ୍ୟ ପାଣି ମିଳିନଥିଲା । ପୁଲିସର ସବୁ ଜୁଲୁମ ସତ୍ତେ୍ୱ ସେ ପୁଲିସ ପ୍ରରୋଚନାରେ ପଡିନଥିଲେ । ଏଥିରେ ଏସ୍ପି ରାଗି ଯାଇ ସେଠାରୁ ଚାଲି ଯାଇଥିବା ଫାରୁକ୍ ଅଭିଯୋଗପତ୍ରରେ ଉଲ୍ଲେଖ କରିଥିଲେ ।
ସେ ଆହୁରି କହିଛନ୍ତି କି, ଏସପିଙ୍କ ଯିବା ପରେ ମଧ୍ୟ ପୁଲିସ କର୍ମଚାରୀଙ୍କ ନିର୍ଯାତନା ସରି ନ ଥିଲା । ତାଙ୍କୁ ଏଣୁତେଣୁ ବିଭିନ୍ନ ପ୍ରଶ୍ନ କରାଯାଇଥିଲା । ସେଦିନ ରାତିରେ ତାଙ୍କୁ କୋର୍ଟଚାଲାଣ କରାଯାଇ ମାଜିଷ୍ଟ୍ରେଟଙ୍କ ପାଖରେ ତାଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିବା ସେ ଜାଣିବାକୁ ପାଇଥିଲେ । ପୁଲିସର ଏପରି କାର୍ଯ୍ୟକଳାପ ତାଙ୍କ ସାମାଜିକ ସମ୍ମାନ ହାନି କରିବା ପାଇଁ ପ୍ରାୟେ।।ଜିତ ଥିଲା । ବର୍ତ୍ତମାନ ପରିବାର ଲୋକଙ୍କ ଜୀବନ ପ୍ରତି ବି ବିପଦ ଥିବା ସେ କହିଛନ୍ତି। ତେଣୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ କରି ତାଙ୍କୁ ନ୍ୟାୟ ଦେବାକୁ ସେ ଡିଆଇଜିଙ୍କୁ ଅନୁରୋଧ କରିଛନ୍ତ
ଅନ୍ୟପକ୍ଷରେ ଏସ୍ପି ବି. ଗଙ୍ଗାଧର ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଫାରୁକଙ୍କ ବିରୋଧରେ ଜଣେ ମହିଳା ଅଭିଯୋଗ କରିଥିବା ସେ କହିଛନ୍ତି।
