ଓଡିଶା

ଭୋଜି କରିବାକୁ ଯାଇଥିଲେ ! ଶବ ହୋଇ ଫେରିଲେ

(ସୋର) ; ଘରୁ ସାଙ୍ଗମାନେ ଡାକିନେଲେ ଭୋଜି କରିବାକୁ ହେଲେ ମେଡିକାଲରେ ମୃତ୍ୟୁ ହୋଇଥିବା ଖବର ପାଇଲେ ଘର ଲୋକ । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ମ୍ୟୁନିସପାଲିଟି ଅନ୍ତର୍ଗତ ଚକାବାରାହାପୁର ଅଞ୍ଚଳରେ । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଚକବାରାହାପୁର ଅଞ୍ଚଳର ଅନିରୁଦ୍ଧ ପଣ୍ଡାଙ୍କ ୨୨ ବର୍ଷର ପୁଅ ଜଗଜିତ ଗତ ୩୧ ତାରିଖ ଦିନ ତେଲିଆଗଞ୍ଜ ଅଞ୍ଚଳରେ ସାଙ୍ଗମାନେ ତାଙ୍କ ଘରକୁ ଆସି ଜଗଜିତକୁ ଡାକିନେଇଥିବା ପରିବାରଲୋକେ ପ୍ରକାଶ କରିଛନ୍ତି । ରାତିରେ ଜଗଜିତ ମେଡିକାଲରେ ଅଛି ବୋଲି ପରିବାର ଲୋକେ ଖବରପାଇଥିଲେ । ମେଡିକାଲ ଯାଇ ଜଗଜିତର ମୃତ୍ୟୁ ହୋଇଥିବା ପରିବାରଲୋକେ ଜାଣିବାକୁ ପାଇଥିଲେ। ଏସମ୍ପର୍କରେ ଜଗଜିତଙ୍କ ପରିବାର ପକ୍ଷରୁ ସୋର ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଜଗଜିତଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାର ମଧ୍ୟ ଅଭିଯୋଗ ହୋଇଛି।

Related posts

ଚତୁର୍ଥ ଦିନରେ ମୌସୁମୀ ଅଧିବେଶନ

mahabharatanews

ସରକାରୀ ଉଦ୍ୟୋଗ ଗୁଡିକର ଘରୋଇକରଣ ନିମନ୍ତେ କୌଣସି ପ୍ରସ୍ତାବ ହସ୍ତଗତ ହୋଇନାହିଁ

mahabharatanews

ସଟଡାଉନ ବେଳେ ଅସୁସ୍ଥ ଗାଈର ଚିକିତ୍ସା କଲେ ଗୃହରକ୍ଷୀ

mahabharatanews