ଓଡିଶା

ଭୋଜି କରିବାକୁ ଯାଇଥିଲେ ! ଶବ ହୋଇ ଫେରିଲେ

(ସୋର) ; ଘରୁ ସାଙ୍ଗମାନେ ଡାକିନେଲେ ଭୋଜି କରିବାକୁ ହେଲେ ମେଡିକାଲରେ ମୃତ୍ୟୁ ହୋଇଥିବା ଖବର ପାଇଲେ ଘର ଲୋକ । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ମ୍ୟୁନିସପାଲିଟି ଅନ୍ତର୍ଗତ ଚକାବାରାହାପୁର ଅଞ୍ଚଳରେ । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଚକବାରାହାପୁର ଅଞ୍ଚଳର ଅନିରୁଦ୍ଧ ପଣ୍ଡାଙ୍କ ୨୨ ବର୍ଷର ପୁଅ ଜଗଜିତ ଗତ ୩୧ ତାରିଖ ଦିନ ତେଲିଆଗଞ୍ଜ ଅଞ୍ଚଳରେ ସାଙ୍ଗମାନେ ତାଙ୍କ ଘରକୁ ଆସି ଜଗଜିତକୁ ଡାକିନେଇଥିବା ପରିବାରଲୋକେ ପ୍ରକାଶ କରିଛନ୍ତି । ରାତିରେ ଜଗଜିତ ମେଡିକାଲରେ ଅଛି ବୋଲି ପରିବାର ଲୋକେ ଖବରପାଇଥିଲେ । ମେଡିକାଲ ଯାଇ ଜଗଜିତର ମୃତ୍ୟୁ ହୋଇଥିବା ପରିବାରଲୋକେ ଜାଣିବାକୁ ପାଇଥିଲେ। ଏସମ୍ପର୍କରେ ଜଗଜିତଙ୍କ ପରିବାର ପକ୍ଷରୁ ସୋର ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଜଗଜିତଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାର ମଧ୍ୟ ଅଭିଯୋଗ ହୋଇଛି।

Related posts

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସରପଞ୍ଚଙ୍କ ୬ ମାସର ଦରମା ପ୍ରଦାନ

mahabharatanews

ଓଡ଼ିଆ ବିଶ୍ୱବିଦ୍ୟାଳୟରେ ବଡ଼ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ

mahabharatanews

୨ ଦିନ ବର୍ଷା ସମ୍ଭାବନା; ୱାର୍ଣ୍ଣିଂ ଜାରି   

mahabharatanews