ଅପରାଧ

ପ୍ରଥମେ ଶାରୀରିକ ସମ୍ପର୍କ , ତାପରେ ବ୍ଲାକମେଲିଂ

(ହାଇଦ୍ରାବାଦ) ; ରୋମି୧ ୪୨୦ ! ୩୦୦ ରୁ ଉର୍ଦ୍ଧ ମହିଳା ଏବଂ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । ତାପରେ କରୁଥିଲା ବ୍ଲାକମେଲିଂ । ଏମିତି କିଛି ଲଜ୍ଜାଜନକ କାଣ୍ଡ ଭିଆଇଛି ଆନ୍ଧ୍ରପ୍ରଦେଶ ପ୍ରୋଡଟୁର ସହରରେ ରହୁଥିବା ପ୍ରସନ୍ନ । ତେବେ ସମ୍ପୁର୍ଣ ଘଟଣାଟି କିଛି ଏମିତି ପ୍ରସନ୍ନ ଅଳ୍ପ ବୟସ୍କ ଯୁବତୀ ଏବଂ ୩୫-୫୦ ବର୍ଷର ମହିଳାମାନଙ୍କୁ ନିଜର ଟାର୍ଗେଟ ବନାଉଥିଲା । କେତେକ ମହିଳାଙ୍କ ନିକଟରୁ ସେ ଲକ୍ଷ-ଲକ୍ଷ ଟଙ୍କା ଆଦାୟ କରିଛି । ମହିଳାମାନେ ଟଙ୍କା ଦେବାକୁ ସକ୍ଷମ ହେଉ ନଥିଲେ ସେମାନଙ୍କ ନିକଟରୁ ସେ ସୁନା ଗହଣା ନେଇ ଆସୁଥିଲା । ଏକକାଳୀନ ଏତେ ଟଙ୍କା ଦେବାକୁ ଅସମର୍ଥ ହେଉଥିବା ମହିଳାମାନେ ମାସକୁ ମାସ କିସ୍ତି ଭାବେ ନିୟମିତ ତାକୁ ଟଙ୍କା ଦେଉଥିଲେ । ପ୍ରସନ୍ନର ଶିକ୍ଷାଗତ ଯୋଗ୍ୟତା ହେଉଛି ବି.ଟେକ୍ ଡ୍ରପ୍ ଆଉଟ୍ । ୨୦୧୭ରେ ସେ କଲେଜ ପାଠପଢ଼ା ଅଧାରୁ ରଖି ଯୁବତୀ ଓ ମହିଳାମାନଙ୍କୁ ଫସେଇ ସେମାନଙ୍କ ଠାରୁ ଟଙ୍କା ଆଦାୟ କରିବା ଧନ୍ଦା ଆରମ୍ଭ କରିଥିଲା । ଏହି ଟଙ୍କାରେ ସେ ଅତ୍ୟନ୍ତ ସୌଖୀନ ଜୀବନ ଜିଉଁଥିଲା । ନିଜର ସୌଖୀନ ଜୀବନଶୈଳୀକୁ ଦେଖାଇ ସେ ଯୁବତୀମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରାଉଥିଲା । ପରେ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା । ଏଭଳି ଭାବେ ୨୦୧୭ରୁ ଏବେ ସୁଦ୍ଧା ସେ ୩୦୦ରୁ ଊଦ୍ଧ୍ୱର୍ ମହିଳା ଓ ଯୁବତୀଙ୍କୁ ଫସେଇଥିବା ପୁଲିସ ଆଗରେ ସ୍ୱୀକାର କରିଛି । ଏମାନଙ୍କ ମଧ୍ୟରୁ ପାଖାପାଖି ୨୦୦ ଜଣ ଯୁବତୀ ହୋଇଥିବା ବେଳେ ୧୦୦ ଜଣ ମହିଳା ଅଛନ୍ତି । ସେ ଭିଡିଓ କଲ୍ ମାଧ୍ୟମରେ ମଧ୍ୟ ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ଏହାକୁ ଭାଇରାଲ କରିବାର ଧମକ ଦେଉଥିଲା । ସୋସିଆଲ ମିଡିଆ ଜରିଆରେ ସେ ମହିଳାମାନଙ୍କୁ ଶିକାର ବନାଉଥିଲା । ପୂର୍ବରୁ ୨୦୧୭ରେ ସୁନା ଚୋରି ମାମଲାରେ ପୁଲିସ ତାକୁ ଗିରଫ କରିଥିଲା । କିନ୍ତୁ କିଛି ଦିନ ଜେଲ୍ରେ ରହି ବେଲ୍ରେ ମୁକୁଳିବା ପରେ ସେ ପୁଣିଥରେ ନିଜର ପୂର୍ବ ଧନ୍ଦା ଆରମ୍ଭ କରିଦେଇଥିଲା । ତେବେ ଗତ ଜୁଲାଇରେ ପୁଲିସ ତାକୁ ଚାକିରି ଜାଲିଆତି ସମ୍ପର୍କିତ ଏକ ମାମଲାରେ ଗିରଫ କରିଥିଲା । ଉକ୍ତ ଘଟଣାରେ ତା’ର ଜେରା କରାଯିବା ସମୟରେ ସେ ମହିଳାମାନଙ୍କୁ ଫସାଇ ଟଙ୍କା ଆଦାୟ କରୁଥିବା ପୁଲିସ ଆଗରେ ସ୍ୱୀକାର କରିଛି ।ତେବେ ବର୍ତ୍ତମାନସୁଦ୍ଧା ଜଣେ ହେଲେ ବି ମହିଳା କିମ୍ବା ଯୁବତୀ ତା’ ବିରୋଧରେ ପୁଲିସ ନିକଟରେ ମୁହଁ ଖୋଲିନଥିଲେ । ପୁଲିସ ପ୍ରସନ୍ନ ନିକଟରୁ ୩୦ ଗ୍ରାମ ସୁନା ଏବଂ ନଗଦ ୧.୨୬ ଲକ୍ଷ ଟଙ୍କା ଜବତ କରିଛି ।

Related posts

ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

mahabharatanews

ଘୁଞ୍ଚିଲା ଆର୍ଯ୍ୟନଙ୍କ ଜାମିନ ଆବେଦନ ଶୁଣାଣି

mahabharatanews

ଗୁରୁଜୀଙ୍କ ପୁଅ ଗିରଫ

mahabharatanews