ଅପରାଧ

ଶିକ୍ଷୟତ୍ରୀଙ୍କ ଗଳା କାଟିଲେ ସ୍ୱାମୀ

ବଲାଙ୍ଗୀର: ସ୍କୁଲ ଭିତରେ ପଶି ଶିକ୍ଷୟତ୍ରୀଙ୍କ ଗଳା କାଟି ଦେଲେ ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ପୁଇଁତଳା ବ୍ଲକର ଦୁର୍ଗାପଲ୍ଲୀ ଉଚ୍ଚ ବିଦ୍ୟାଳୟରେ । ଶିକ୍ଷୟତ୍ରୀଙ୍କ ଉପରେ ଆକ୍ରମଣ କରିଥିବା ଯୁବକ ଜଣକ ହେଉଛନ୍ତି ମହିଳାଙ୍କ ସ୍ୱାମୀ । ସ୍କୁଲରେ ଥିବା ବେଳେ ଶିକ୍ଷୟତ୍ରୀ ସଞ୍ଜୁରାଣୀ ଦେବଙ୍କୁ ତାଙ୍କ ସ୍ୱାମୀ ପ୍ରଦୀପ ଆକ୍ରମଣ କରିଛନ୍ତି । ଏକ ଧାରୁଆ ଅସ୍ତ୍ରରେ ପ୍ରଦୀପ ସଞ୍ଜୁଙ୍କ ଗଳା କାଟି ଦେଇଥିବା ଅଭିଯୋଗ ହୋଇଛି । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଇ ମେଡିକାଳ କଲେଜରେ ଭର୍ତ୍ତି କରାଯାଇଛି । ଏହାପରେ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ପ୍ରଦୀପ ପଣ୍ଡାକୁ ଗିରଫ କରିଛି ପୋଲିସ ।

Related posts

ଜେଲରେ ଶିବ ହୋଇଯାଇଛି ପାଗଳ !

mahabharatanews

କ୍ଷୀର ବ୍ୟବସାୟୀଙ୍କୁ ହତ୍ୟା ସନ୍ଦେହ

mahabharatanews

୩୫ ଲକ୍ଷ ଟଙ୍କା ଲାଞ୍ଚ ନେଇ  ଫସିଲେ ମହିଳା ପୁଲିସ ଅଧିକାରୀ

mahabharatanews