ଅପରାଧ

ବିରଞ୍ଚିଙ୍କୁ ଜେରା କରୁଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ

ଭୁବନେଶ୍ୱର: ବିରଞ୍ଚିଙ୍କୁ ଜେରା କରି ଚାକିରି ବିକ୍ରିର ମହାକେଳେଙ୍କାରୀର ଗୁମର ଖୋଲିବାକୁ ଅଣ୍ଟା ଭିଡିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ଓଏସଏସସି ପିଏସ ବିରଞ୍ଚି ନାରାୟଣ ସାହୁଙ୍କ ଜେରା ଆରମ୍ଭ କରିଛି ଭିଜିଲାନ୍ସ । ଜେରା କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶକ ଅଫିସରରେ ପହଞ୍ଚିଛନ୍ତି । ଗତକାଲି ବିରଞ୍ଚିଙ୍କୁ ୪ ଦିନଆ ରିମାଣ୍ଡରେ ଆଣିବା ପରେ ଆଜିଠାରୁ ତାଙ୍କ ଜେରା ଆରମ୍ଭ କରାଯାଇଛି । ଭିଜିଲାନ୍ସ ତାଙ୍କ ଜେରା କରିଛି । ଏତେ ପରିମାଣର ସମ୍ପତ୍ତି କେଉଁଠୁ ଆଣିଲେ, ଏହାର ଉତ୍ସ, ଚାକିରି ପ୍ରଦାନରେ ଜାଲିଆତି ସହ ବିଭାଗରେ ଅନ୍ୟ କେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ତାର ତଦନ୍ତ ୪ ଦିନ ବ୍ୟାପୀ କରିବ ଭିଜିଲାନ୍ସ ।

 

Related posts

ଚୋର ଯାଇଥାନ୍ତା ଘୋଡା ଚଢି ହେଲେ ଗଲା ଜେଲକୁ

mahabharatanews

ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଅଭିଯୁ୍କ୍ତ ଗିରଫ

mahabharatanews

କଂଗ୍ରେସ ନେତାଙ୍କ ଝିଅ ନାଁରେ ଏତଲା

mahabharatanews