ଖେଳ

ଗୋଟିଏ ପଦକ ପାଇଲେ ଦୁଇ ଖେଳାଳୀ

ଟୋକିଓ(ମହାଭାରତ):  ଟୋକିଓରେ ଦୁଇ ଦେଶ ବଦଳରେ ଦେଖିବାକୁ ମିଳିଛି ବନ୍ଧୁତ୍ୱର ଖେଳ । ଖେଳାଳୀ ନୁହେଁ ବିଜୟ ହାସଲ କରିଛି ମାନବିକତା । ହାସଲ କରିଥିବା ପଦକ ବା ସମ୍ମାନକୁ ଭାଗ ଭାଗ କରିଛନ୍ତି ଦୁଇ ଦେଶର ଖେଳାଳୀ । ଏପରି କରି ନୂଆ ଏକ ଇତିହାସ ନିଜ ନାମରେ କରିଛନ୍ତି ଏହି ଦୁଇ ଖେଳାଳୀ । ଟୋକିଓ ଅଲିମ୍ପିକରେ ଏପରି ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି । ପୁରୁଷ ହାଇଜମ୍ପ ପ୍ରତିଯୋଗିତାରେ କତାରର ମୁତାଜ ବରଶିମ ଏବଂ ଇଟାଲୀର ଗିଆନମାର୍କୋ ଉଭୟ ନିଜ ନିଜ ମଧ୍ୟରେ ଅଲିମ୍ପିକର ପଦକ ଭାଗ କରିଥିବା ଜଣାଯାଇଛି । ଫାଇନାଲ ମ୍ୟାଚରେ ସମାନ ସ୍କୋର କରିଥିବାରୁ ଉଭୟଙ୍କୁ ଜମ୍ପ ଅଫ୍ ପ୍ରସ୍ତାବ ଦିଆଯାଇଥିଲା । ତେବେ ବରଶିମ ରେଫରିଙ୍କୁ ଦୁଇଟି ସ୍ୱର୍ଣ୍ଣ ପଦକ ଦିଆଯାଇପାରିବ କି ନାହିଁ ସେ ସମ୍ପର୍କରେ ପଚାରିଥିଲେ । ବରଶିମଙ୍କ ଏହି କଥାରେ ରେଫରି ରାଜି ହେବା ପରେ ସ୍ୱର୍ଣ୍ଣ ପଦକକୁ ଉଭୟ ଖେଳାଳୀଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି । ବରଶିମ୍ କହିଛନ୍ତି ଯେ, ଟାମ୍ବରୀ ମୋର ଜଣେ ଶ୍ରେଷ୍ଠ ବନ୍ଧୁ । କେବଳ ଖେଳ ଟ୍ରାକରେ ନୁହେଁ, ବାହାରେ ମଧ୍ୟ । ଆମେ ସାଙ୍ଗ ହୋଇ କାମ କରୁ । ଏବେ ଆମ ସ୍ୱପ୍ନ ପୂରଣ କରିବୁ । ଆମେ ପରସ୍ପରକୁ ଚାହିଁ ପ୍ରତିଯୋଗିତାର ଆଉ ଆବଶ୍ୟକତା ନଥିବା ବୁଝିଗଲୁ । ଏହା କ୍ରୀଡାବିତଙ୍କ ଆତ୍ମବଳ । ଆମେ ଏହି ବାର୍ତ୍ତା ଏଠାରେ ଦେଉଛୁ । ସୂଚନାଯୋଗ୍ୟ ଯେ, ୩୦ ବର୍ଷୀୟ ବରଶିମ୍ ଓ ୨୯ ବର୍ଷୀୟ ଗିଆନମାର୍କୋ ୨.୩୭ ମିଟର ଜମ୍ପ୍ ସହ ପ୍ରତିଯୋଗୀତା ଶେଷ କରିଥିଲେ । ତେବେ ୨.୩୯ ମିଟର ଜମ୍ପରେ ଉଭୟ ୩-୩ ଥର ବିଫଳ ହୋଇଥିଲେ ।

Related posts

ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ଓଡ଼ିଶା ୨୯୯ ରନର ଏକ ବିଶାଳ ବିଜୟ ହାସଲ କରିଛି

mahabharatanews

ସଭାପତି ଭାବେ ଦାୟିତ୍ୱ ନେବେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

mahabharatanews

ସିନିୟର ମହିଳା ଜାତୀୟ କୋଚିଂ କ୍ୟାମ୍ପ ପାଇଁ ହକି ଇଣ୍ଡିଆ 33 ସଦସ୍ୟଙ୍କ ନାମ ଘୋଷଣା

mahabharatanews