ଓଡିଶା

ଦୁଇଟି ନୂଆ ସ୍ଥାନରୁ ଉଡିବ ବିମାନ

ଭୁବନେଶ୍ୱର(ମହାଭାରତ): ଓଡିଶା ଏବଂ ଓଡିଶାବାସୀଙ୍କ ପାଇଁ ଆସୁଅଛି ଏକ ବଡ ଖୁସି ଖବର । ଖୁବଶୀଘ୍ର ଆଉ ଦୁଇ ସ୍ଥାନରେ ଆରମ୍ଭ ହେବାକୁ ଯାଉଛି ବିମାନ ସେବା । ଏ ନେଇ ଖୋଦ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ରଙ୍ଗେଇଲୁଣ୍ଡା ଏବଂ ଜୟପୁରରୁ ବିମାନ ଉଡାଣ ହେବାକୁ ଯାଉଛି । ଏ ନେଇ ଯୋଜନା ଶେଷ ପର୍ଯ୍ୟାୟରେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥସହ ଦୁଇଟି ଏୟାର ଷ୍ଟ୍ରିପ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରୁ ମଧ୍ୟ ଗ୍ରୀନ ସିଗନାଲ ମିଳିଛି । ଏଥିପାଇଁ ରାଜ୍ୟ ସରକାର ସେପ୍ଟେମ୍ବର ସୁଦ୍ଧା ଜମି ଅଧିଗ୍ରହଣର ଷ୍ଟାଟସ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିବେ ।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ସମୀକ୍ଷା ବୈଠକରେ ରାଜ୍ୟରେ ଚାଲୁ ରହିଥିବା ବିଭିନ୍ନ ରେଳ ପ୍ରକଳ୍ପର ସମସ୍ୟା ନେଇ ଆଲୋଚନା ହୋଇଥିଲା । ଯେଉଁସବୁ ସ୍ଥାନ ଗୁଡିକରେ ଜମି ଅଧିଗ୍ରହଣକୁ ନେଇ କିଛି ସମସ୍ୟା ଦେଖାଦେଉଛି ସେସବୁର ତ୍ୱରାନ୍ୱିତ କରାଯିବ । ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ସମସ୍ତ ପ୍ରକଳ୍ପ କାର୍ୟ୍ୟକୁ ତ୍ବରାନ୍ବିତ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

Related posts

ରାଜ୍ୟରେ ଆଉ ୧୦ ଜୀବନ ନେଲା କରୋନା

mahabharatanews

ପ୍ରାକୃତିକ ବିପର୍ୟ୍ୟୟର ସଫଳ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

mahabharatanews

କ୍ୱାରାଣ୍ଟାଇନ୍ ସେଣ୍ଟରରେ ଶିଶୁ ଓ ମହିଳାଙ୍କୁ ଗୁରୁତ୍ଵ

mahabharatanews