ଓଡିଶା

ଡିଜିଙ୍କ ଦିନିକିଆ ବଲାଙ୍ଗୀର ଗସ୍ତ

ବଲାଙ୍ଗୀର(ମହାଭାରତ): ଦିନିକିଆ ବଲାଙ୍ଗୀର ଗସ୍ତରେ ଅଛନ୍ତି ପୋଲିସ ଡିଜି ଅଭୟ । ଜିଲ୍ଲାର ଆଇନଶୃଙ୍ଖଳା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ଖପ୍ରାଖୋଲ ଅଞ୍ଚଳର ମାଓ ପ୍ରବଣ ଅଞ୍ଚଳ ବୁଲି ପରିଦର୍ଶନ କରିବେ ଡିଜି ଅଭୟ । ଏଥି ସହିତ ବଲାଙ୍ଗୀର ଟାଉନ ଥାନା ସମେତ ବିଭିନ୍ନ ଥାନା ମଧ୍ୟ ବୁଲି ସ୍ଥିତି ଅନୁଧ୍ୟାନ କରିବାର ସୂଚୀ ରହିଛି । ବିଏସଏଫ ର ଏକ ହେଲିକପ୍ଟରରେ ବଲାଙ୍ଗୀର ରିଜର୍ଭ ପୋଲିସ ପଡିଆରେ ଓହ୍ଲାଇଥିଲେ ଡିଜି ଅଭୟ । ଏହାପରେ ଏକ ବୈଠକରେ ଆଇନଶୃଙ୍ଖଳା ଏବଂ ମାଓବାଦୀଙ୍କ ଗତିବିଧି ଉପରେ ମଧ୍ୟ ଆଲୋଚନା କରିବେ । ଏଥିସହିତ ବଲାଙ୍ଗୀର ଆଦର୍ଶ ଥାନା ଏବଂ ସଦର ଥାନା ବୁଲିବା ପରେ ମାଓ ଅଞ୍ଚଳ ଖପ୍ରାଖୋଲ ବୁଲି ଯିବାର କାର୍ଯ୍ୟକ୍ରମ ରହିଛି ।

Related posts

୧୬ରୁ ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା

mahabharatanews

ବାସି ଖାଦ୍ୟ ଖାଇ ୪୫ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଅସୁସ୍ଥ

mahabharatanews

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ ନୂଆ ସଂକ୍ରମିତ ଚିହ୍ନଟ

mahabharatanews