(ନୟାଗଡ) ; ଦୁଇ କାର ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି । ଏହି ଦୂର୍ଘଟଣାଟି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ରଙ୍ଗମାଟିଆ ଛକରେ ଘଟିଛି । ଏହି ଦୂର୍ଘଟଣାରେ ମୋଟ ୭ ଜଣ ଆହତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲା ପାଳ ଶ୍ରୀ ନାୟକଙ୍କର ଗୋଡ ଭାଙ୍ଗି ଯାଇଛି । ଶ୍ରୀ ନାୟକ ଭୁବନେଶ୍ୱରରୁ ବୌଦ୍ଧ ଅଭିମୁଖେ ଯାଉଥିବା ବେଳେ ସାମ୍ନାପଟୁ ଆସୁଥିବା ଆଉ ଏକ କାର୍ ସହିତ ତାଙ୍କ କାର୍ର ମୁହାଁମୁହିଁ ଧକ୍କା ହୋଇଥିଲା।ସେହିପରି ଅନ୍ୟ କାର୍ରେ ଥିବା ସମସ୍ତ ୪ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।ସମସ୍ତ ଆହତଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
previous post
next post
