ଅପରାଧ

ଚଢାଉରେ ଏକ ହଜାରରୁ ଅଧିକ ଲିଟର ମଦ ଜବତ

ବାଙ୍କୀ: ବାଙ୍କୀ ଏବଂ ଆଠଗଡ ଅବକାରୀ ବିଭାଗ ଆସିଛି ଆକ୍ସନ ମୁଡକୁ । ଦେଶୀ ମଦ ବୋଝେଇ ଗାଡି, ଏକ ହଜାରରୁ ଅଧିକ ଦେଶୀ ମଦ ସହିତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଆଠଗଡରୁ ବାଙ୍କୀ ଦେଇ ବାହାରକୁ ଦୀର୍ଘ ଦିନ ଧରି ଦେଶୀ ମଦ ଚୋରା ଚାଲାଣ ହେଉଥିବା ଖବର ପାଇ ଚଢାଉ କରିଥିଲା ଅବକାରୀ ବିଭାଗ । ବାଙ୍କୀ ଜାତିମୁଣ୍ଡିଆ ପୋଲ ନିକଟରେ ବାଙ୍କୀ ଏବଂ ଆଠଗଡ ଅବକାରୀ ବିଭାଗ ମିଳିତ ଭାବରେ ଚଢାଉ କରିଛି । ଏହି ଚଢାଉରେ ୧୦୮୦ ଲିଟର ଦେଶୀ ମଦ ସହିତ ଚାଲାଣରେ ବ୍ୟବହୃତ ଗାଡି ଏବଂ ୩ ଜଣ ବ୍ୟବସାୟୀଙ୍କୁ ପୋଲିସ ଗିରଫ କରିଛି ।
ଦେଶୀ ମଦ ଚାଲାଣ ହେଉଥିବା ଖବର ପାଇ କଟକ ଅବକାରୀ ଉପ ଅଧୀକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନେତୃତ୍ୱରେ ୪୦ ଜଣିଆ ଟିମ ଗଠନ କରାଯାଇ ପୋଲ ନିକଟରେ ଜାଲ ବିଛାଇଥିଲେ । ଫଳରେ ଘଟଣାସ୍ଥଳରୁ ଏକ ହଜାରରୁ ଅଧିକ ଲିଟର ମଦ ଜବତ ହୋଇଛି । ତେବେ ତଦନ୍ତରୁ ଏ ଘଟରା କେବଳ ଆଜିର ନୁହେଁ ବୋଲି ଜଣାଯାଇଛି । ପୂର୍ବରୁ ମଧ୍ୟ ବାରମ୍ବାର ଗାଡିରେ ବାଙ୍କୀ ତଥା ବାଙ୍କୀ ଦେଇ ଖୋର୍ଦ୍ଧା ଆଦି ସହରକୁ ଏଭଳି ମଦ ଚାଲାଣ କରାଯାଏ । ଏଥିରେ ବଡ ର୍ୟାକେଟର ହାତ ଥିବା ଜଣା ପଡିଥିବା ବେଳେ ଏହାକୁ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ତେବେ ଏ ସମ୍ପର୍କରେ ଆଗକୁ ଅଧିକ ତଦନ୍ତ କଲେ ଜଣାପଡିବ ବୋଲି କୁହାଯାଇଛି । ଏମାନଙ୍କ ବିରୁଦ୍ଧରେ ଅବକାରୀ ଆକ୍ଟ ଅନୁଯାୟୀ ବିଭିନ୍ନ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଉପନିରୀକ୍ଷକ ଜଗଦୀଶ ସାମଲ ସୂଚନା ଦେଇଛନ୍ତି ।

Related posts

୩ଲକ୍ଷ ଟଙ୍କା ସହ ୩ ଯନ୍ତ୍ରୀ ଅଟକ

mahabharatanews

ଦାଦା ବଟିକୁ ନେଇ ବସ୍ତିରେ ବୁଲିଲା ଖଣ୍ଡା

mahabharatanews

ବିଭୂତିପୁର ପୂର୍ବତନ ଜେଡିୟୁ ବିଧାୟକ ରାମବାଳକ ସିଂହଙ୍କୁ ୫ ବର୍ଷ ଜେଲ

mahabharatanews