ଓଡିଶା

ଫରେନସିକ ଲ୍ୟାବର ନୂତନ ଗୃହ ଉଦ୍ଘାଟନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରସୁଲଗଡ ଛକ ନିକଟରେ ଥିବା ରାଜ୍ୟ ଫରେନ୍ସିକ ଲ୍ୟାବର ନୂତନ ଗ୍ୟହ ଉଦଘାଟନ ହୋଇଯାଇଛି । ଏହି ଗୃହକୁ ପୋଲିସ ଡିଜି ଅଭୟ ଉଦଘାଟନ କରିଛନ୍ତି । ଏହି ଲ୍ୟାବରେ ଉନ୍ନତମାନର ଯନ୍ତ୍ରପାତି ଏବଂ ଅତ୍ୟାଧୁନିକ ପରୀକ୍ଷା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା ଉପଲବ୍ଧ ରହିଛି । ପୂର୍ବରୁ କୌଣସି ଅପରାଧିକ ମାମଲାରେ ହେବାକୁ ଥିବା ରାକ୍ତ ନମୁନା କିମ୍ବା ଭିସେରା ପରୀକ୍ଷା କରିବାକୁ ହେଲେ ଏହାକୁ ବାହାର ରାଜ୍ୟକୁ ପଠାଯାଉଥିଲା । କିନ୍ତୁ ଏବେ ଓଡିଶାର କାଜଧାନୀରେ ଏହି ସୁବିଧା ମିଳିପାରିବ । ତେଣୁ ଅନ୍ୟ ରାଜ୍ୟ ମାନଙ୍କ ଉପରେ ଓଡିଶା ନିର୍ଭର କରିବ ନାହିଁ । ଏଥି ସହ ତଦନ୍ତରେ ମଧ୍ୟ ଅଗ୍ରଗତି ହୋଇପାରିବ ବୋଲି ଆଶା କରାଯାଉଛି ।

Related posts

ରାଜ୍ୟର ସମସ୍ତ ରାଜପଥ ହେବ ୪ ଲେନ ବିଶିଷ୍ଟ : ପୂର୍ତ୍ତ ମନ୍ତ୍ରୀ

mahabharatanews

ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି 

mahabharatanews

କନ୍ଦାଉଛି ପିଆଜ 

mahabharatanews