Uncategorized

କ୍ୟାପିଟାଲରେ ଗଡିଲା ଇ-ବସ

ନୂଆଦିଲ୍ଲୀ: ଆଜିଠୁ କ୍ୟାପିଟାଲରେ ଆରମ୍ଭ ହେଉଛି ବିଦ୍ୟୁତ ଚାଳିତ ବସ ସେବା । ଏହି ବସ ସେବା ପ୍ରଚଳନ ସେବା ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ପକ୍ଷରୁ ପ୍ରଚଳନ କରାଯାଇଛି। ମୋଟ ୧୫୦ଟି ବିଦ୍ୟୁତ ଚାଳିତ ବସ ଆଜି ଏଥିମଧ୍ୟରୁ ୨୫ଟି ଇ-ବସ ଦୁଇଟି ପଥରେ ଚଳାଚଳ ଆରମ୍ଭ କରିଛି । ତେବେ ଏହି ବସ ସେବା କେବଳ ରେଳଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ । ପ୍ରତ୍ୟେକ ବସରେ ମାତ୍ର ୨୪ ଜଣ ଜଣ ଯାତ୍ରୀ ବସିପାରିବେ ଏବଂ ସେମାନଙ୍କ ନିକଟରୁ ନଗଦ ଅର୍ଥ ନିଆଯିବ ନାହିଁ । ଏହି ବସରେ ଆଉ ଏକ ନୂଆ ଘଟଣା ହେଉଛି ଏହି ବସରେ କୌଣସି କଣ୍ଡକ୍ଟର ରହିବେ ନାହିଁ , ଏହା ସମ୍ପୂର୍ଣ୍ଣ ସଂସର୍ଗ ବିହୀନ ରହିବ । କେବଳ ମେଟ୍ରୋ ସ୍ମାର୍ଟ କାର୍ଡ ଜରିଆରେ ଏଥିରେ ଯାତ୍ରା କରିପାରିବେ ଯାତ୍ରୀ । ଅନ୍ୟ ବସ ପରି ଏହି ବସ ଯେ କøଣସି ସ୍ଥାନରେ ନ ରହି କେବଳ ଷ୍ଟାଣ୍ଡରେ ହିଁ ରହିବ । ଯାହା ଫଳରେ ଯାତ୍ରୀମାନେ ସିଧା ସଳଖ ମେଟ୍ରୋ ଷ୍ଟେସନ ସହ ଯୋଡି ହୋଇପାରିବେ । ଏହା ବ୍ୟତୀତ ୪ କିମି ପାଇଁ ୧୦, ୪-୮ କିମି ପାଇଁ ୧୫ ଏବଂ ୮-୧୨ କିମି ପାଇଁ ୨୦ ଏବଂ ଅଧିକ ଦୂରତା ପାଇଁ ୨୫ ଟଙ୍କା ଭଡା ଦାର୍ଯ୍ୟ ହୋଇଛି । ଥିରେ ଅତ୍ୟାଧୁନିକ ପରିବହନ ବ୍ୟବସ୍ଥା ସହିତ ସିସିଟିଭି ଏବଂ ଜିପିଏସ ଖଞ୍ଜାଯାଇଛି। ଭିନ୍ନକ୍ଷମଙ୍କ ପାଇଁ ହ୍ୱିଲଚେୟାର ସହିତ ବସକୁ ପ୍ରବେଶ କରିବାକୁ ଆଙ୍କରେଜ ବ୍ୟବସ୍ଥା ରହିଛି।

Related posts

ପ୍ଲାଷ୍ଟିକର ବ୍ୟବହାର ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

mahabharatanews

କାର୍ତ୍ତିଙ୍କୁ ବିଦେଶ ଯିବାକୁ ମିଳିଲା ଅନୁମତି

mahabharatanews

ଅମ୍ଫାନରେ ୨୧ ଜଣଙ୍କ ମୃତ୍ୟୁ ସୂଚନା

mahabharatanews