ଅପରାଧ

ଲାଞ୍ଚ ନେଇ ଧରାପଡିଲେ ଆକାଉଣ୍ଟାଣ୍ଟ

ନବରଙ୍ଗପୁର: ଲାଞ୍ଚ ନେଣ ଦେଣ କରିବା ପଡିଗଲା ମହଙ୍ଗା । ଭିଜିଲାନ୍ସ ହାତରେ ଧରା ପଡିଗଲେ ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ କାର୍ୟ୍ୟାଳୟର ଆକାଉଣ୍ଟାଣ୍ଟ । ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଛନ୍ତି । ଅକାଉଣ୍ଟାଣ୍ଟ ସୁମିତ କୁମାର । ୧.୬୭ କୋଟି ଟଙ୍କାର ଏକ ପାଇପ କାମର ଟେଣ୍ଡର ତାଙ୍କୁ ମିଳିଥିଲା । କିନ୍ତୁ ଏହାର ଏଗ୍ରିମେଣ୍ଟ ପାଇଁ କଣ୍ଟ୍ରାକ୍ଟରଙ୍କୁ ସେ ୨୦ ହଜାର ଟଙ୍କାର ଲାଞ୍ଚ ଦାବି କରିଥିଲେ । ତେବେ ଭିଜିଲାନ୍ସ ଏହାର ସନ୍ଧାନ ପାଇ ଘଟଣାସ୍ଥଳରେ ଜଗି ବସିଥିଲେ । ଏହି ସମୟରେ କଣ୍ଟ୍ରାକ୍ଟରଙ୍କ ପାଖରୁ ସୁମିତ ଲାଞ୍ଚ ଟଙ୍କା ନେବା ସମୟରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏଥିସହ ସୁମିତଙ୍କ ନିକଟରୁ ଲାଞ୍ଚ ବାବଦରେ ଦିଆ ଯାଇଥିବା ଟଙ୍କାକୁ ଜବତ କରାଯାଇଛି । ଏହା ବ୍ୟତୀତ ଆକାଉଣ୍ଟାଣ୍ଟଙ୍କ ବାସଭବନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ତରଫରୁ ସୂଚନା ମଳିଛି । ତେବେ ସୁମିତଙ୍କର ଏହି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଅନେକ କାମ ପାଇଁ ଟଙ୍କା ଲାଞ୍ଚ ନେଇଥିବା ତାଙ୍କ ନାମରେ ଅଭିଯୋଗ ରହିଛି । ସେସବୁ ଘଟଣା ଉପରେ ଏବେ ତଦନ୍ତ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ଡିଏସପି ।

Related posts

ଝାଡଖଣ୍ଡ ଦୁମକା ହତ୍ୟା ମାମଲା

mahabharatanews

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ୍‌

mahabharatanews

କାଠୁଆରେ ପୁଣି ଦୁଷ୍ମର୍ମ

mahabharatanews