ଅପରାଧ

ହାୟର ଷ୍ଟଡି ନାମରେ ଠକୁଥିବା ଇଣ୍ଟରନାସନାଲ ଠକ ପୁଲିସ କବଜାରେ

ଭୁବନେଶ୍ଵର: ମେଡିକାଲ, ଇଜିନିୟରିଂ, ବିଜନେସ ଷ୍ଟଡିଜ ପରି ଉଚ୍ଚ ଶିକ୍ଷା ପାଇଁ ଛ।।ତ୍ରଛାତ୍ରୀଙ୍କ ମଧ୍ୟରେ ଦେଶ ବିଦେଶର ବଡ ବଡ ଅନୁଷ୍ଠାନ ପ୍ରତି ଦୁର୍ବଳତା ବୃଦ୍ଧି ପାଉଛି । ଏହାର ସୁଯୋଗ ନେଇ କିଛି ଅପରାଧିକ ତତ୍ୱ ଛାତ୍ରଛାତ୍ରୀଙ୍କୁ ଠକିଚାଲିଛନ୍ତି । ଏମିତି ଜଣେ ଇଣ୍ଟରନ୍ୟାସନାଲ ଠକକୁ ଗିରଫ କରିଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ। ଗିରଫ ଯୁବକ ହେଉଛନ୍ତି ଯାଜପୁର ଟାଉନ ନାରଣପୁର ଗ୍ରାମର ସୁମିତ କୁମାର ବିଶ୍ଵାଳ । ଏହି ଇଣ୍ଟରନାସନାଲ ଠକକୁ କମିଶନରେଟ ପୁଲିସ ଭୁବନେଶ୍ୱରରୁ ଧରିଛି । ସେ ଏଯାବତ ୪୦ ଲକ୍ଷ ଟଙ୍କା ଠକେଇ କରିଥିବା ପୋଲିସ ଜାଣିବାକୁ ପାଇଛି।
ତା’ ନାଁରେ କମିସନରେଟ ପୋଲିସର ବିଭିନ୍ନ ଥାନାରେ ମାମଲା ରିଛି । ଲିଙ୍ଗରାଜ ଥାନାରେ ୪ଟି କେସ ରହିଛି । ବଡ ବଡ କଲେଜ ବା ଇନଷ୍ଟିଚ୍ୟୁଟରେ ନାମ ଲେଖାଇବାକୁ ଇଛାକରୁଥିବା ଅଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସେ ତା ଜାଲରେ ଛନ୍ଦି ଲକ୍ଷଲକ୍ଷ ଟଙ୍କା ଠକୁ ଥିଲା । ସେ ନିଜେ ଜଣେ ବିଟେକ ଇଞ୍ଜିନିୟରିଂ ଛାତ୍ର । ତଦନ୍ତ ପରେ ଆହୁରି ଅନେକ କେସ ସାମ୍ନାକୁ ଆସିବ ବୋଲି ପୋଲିସ ସନ୍ଦେହ କରୁଛି। ତେଣୁ, ତାକୁ ରିମାଣ୍ଡରେ ନେବାକୁ ଯୋଜନା କରୁଥିବା ଭୁବନେଶ୍ଵର ଡିସିପି କହିଛନ୍ତି।

Related posts

ଶାଶୁକୁ ହାଣି ଜ୍ୱାଇଁ ପୁଅ ଚମ୍ପଟ୍, ଥାନାରେ ମାମଲା

mahabharatanews

କବାଟ ଭାଙ୍ଗି ୨ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍

mahabharatanews

ଚାଲାଣ ବେଳେ ୧୬ପେଟି କଫସିରପ ଜବତ

mahabharatanews