ରାଜନୀତି

ମାଲକାନାଗିରି ଗସ୍ତରେ ଯିବେ ନବୀନ

ମାଲକାନାଗିରି: ମାଲକାନାଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଡିଜିଟାଲ ହେଲଥ କାର୍ଡର ଶୁଭାରମ୍ଭ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ମାଲକାନାଗିରି ଗସ୍ତରେ ଯିବେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ । ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଜୋରଦାର କରିଛି । ମାଲକାନାଗିିରିର ଜିଲ୍ଳା ସଂସ୍କୃତି ଭବନରେ ମୋଟ ୭ଟି ବ୍ଲକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କାଧ୍ୟମରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ଡିଜିଟାଲ ହେଲଥ କାର୍ଡ । ଏଥିରେ ୭ ଜଣ ମନ୍ତ୍ରୀ ସାମିଲ ହେବେ । ତେବେ କୋରୋନା କଟକଣା ଯୋଗୁଁ ଲୋକମାନଙ୍କୁ ବାରର ହୋଇଥିବା ବେଳେ ଏଲଇଡି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବ । ମନ୍ତ୍ରୀମାନେ ବିଭିନ୍ନ ବ୍ଳକ ଏବଂ ପଞ୍ଚାୟତ ଗସ୍ତ କରି ଲୋକମାନଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ତେବେ ଏହାକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ୭ଯି ବ୍ଲକରେ ବ୍ୟପକ ଜନ ସଚେତନତା କରାଯିବା ସହ ବିଭିନ୍ନ ଗ୍ରାମରେ ଲିଫଲେଟ ଏବଂ ହୋର୍ଡିଂ ମଧ୍ୟ ଲଗାଯାଇଛି । ସମସ୍ତ ବ୍ଲକ ପ୍ରଶାସନ ତରଫରୁ ହିତାଧିକାରୀ ଚୟନ ଏବଂ କାର୍ଡ ବଣ୍ଟନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସେପଟେ ମଙ୍ଗଳବାର ବିଜେଡି ରାଜ୍ୟ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମାଲକାନଗିରିରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ସମସ୍ତ କାର୍ୟ୍ୟକୁ ତଦାରଖ କରିଛନ୍ତି ।

Related posts

ବିଜେଡି ପାଇଁ ବାଲେଶ୍ୱର ସଦର ଆସନ ହେବ କି ସ୍ୱପ୍ନ???

mahabharatanews

ପଦ୍ମପୁର ଉପ ନିର୍ବାଚନ ନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି

mahabharatanews

ସରିଲା ରାଜ୍ୟ କ୍ୟାବିନେଟ ବୈଠକ

mahabharatanews